ମୁମ୍ବାଇ: ଶେଷରେ ନିଜ ପ୍ରେମିକାଙ୍କ ସହ ନିର୍ବନ୍ଧ ବନ୍ଧନରେ ବାନ୍ଧି ହୋଇଛନ୍ତି ବାହୁବଳୀ ତାରକା ରାଣା ଡଗୁବାଟ୍ଟୀ । ରାଣା ମିହିକା ବାଜାଜ୍ଙ୍କ ସହ ନିର୍ବନ୍ଧ କରିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ସେମାନେ ସେମାନଙ୍କ ଜୀବନକୁ ନେଇ କରିଥିବା ଏହି ବଡ଼ ଘୋଷଣା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି।
ରାଣାଙ୍କୁ ଅନୀଲ କପୁର, ଶ୍ରୁତି ହସନ, ଦିଆ ମିର୍ଜା, ବିକ୍ରମ ପ୍ରଭୁ, ସୋନମ କପୁରଙ୍କ ଭଉଣୀ ରେହା କପୁର୍ ଆଦି ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ସେମାନଙ୍କ ନିର୍ବନ୍ଧର ଏକ ସୁନ୍ଦର ଫଟୋକୁ ସୋସିଆଲ୍ ମିିଡିଆରେ ସେୟାର୍ କରିଛନ୍ତି ରାଣା।
ଅନୀଲ କପୁର ଲେଖିଛନ୍ତି, ‘ଅଭିନନ୍ଦନ। ଦୟାକରି ତୁମ ଭାବି ପତ୍ନୀଙ୍କୁ ମୋ ଆଡୁ ଶୁଭେଚ୍ଛା ଜଣାଇଦେବ। ମୋ ହାଇଦ୍ରାବାଦୀ ପୁଅ, ପୂରା ପରିବାରକୁ ଭଲପାଇବା।’
/sambad/media/post_attachments/wp-content/uploads/2020/05/860501-rana-750x430-1-300x172.jpg)
ଅନୀଲଙ୍କ ଦୁଇ ଝିଅ ସୋନମ କପୁର ଓ ରେହା କପୁର ମିହିକାଙ୍କ ସହ ସେମାନଙ୍କର ଘନିଷ୍ଠତାକୁ ସେୟାର୍ କରିଛନ୍ତି। ସେହିପରି ଶ୍ରୁତି ହସନ ଓ ଦିଆ ମିର୍ଜା ବି ଅଭିନନ୍ଦନ ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ, ମିହିକା ବଜାଜ୍ ହାଇଦ୍ରାବାଦ୍ର ଏକ ବ୍ୟବସାୟୀ ପରିବାରର ଝିଅ। ସେ ବଣ୍ଟି ଏବଂ ସୁରେଶ ବଜାଜ୍ଙ୍କ ଝିଅ ବୋଲି ଜାଣିବାକୁ ମିଳିଛି। ମିହିକା ଚେଲ୍ସା ୟୁନିଭରସିଟିରେ ଇଣ୍ଟେରିୟର ଡିଜାଇନ୍ରେ ମାଷ୍ଟର୍ ଡିଗ୍ରି କରିଛନ୍ତି। ଡିୟୁ ଡ୍ରପ୍ ଡିଜାଇନ୍ ଷ୍ଟୁଡିଓ ନାମରେ ତାଙ୍କର ଏକ ଇଣ୍ଟେରିୟର୍ ଡିଜାଇନ୍ ଲେବଲ୍ ଏବଂ ମ୍ୟାନେଜ୍ମେଣ୍ଟ୍ କମ୍ପାନି ଅଛି।