କରୋନା ପାଇଁ ପରୀକ୍ଷାମୂଳକ ପ୍ରତିଷେଧକ ତିଆରି କଲା ଆମେରିକୀୟ କମ୍ପାନି ‘ମର୍ଡନା’

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ମୁକାବିଲା କରିବାକୁ ପୂର୍ବରୁ ବହୁ ଔଷଧ କମ୍ପାନି ଆଗେଇ ଆସିଥିବା ବେଳେ ଏବେ ଏହି ଦୌଡ଼ରେ ସାମିଲ୍‌ ହୋଇଛି ଆମେରିକାର ଜଣାଶୁଣା କମ୍ପାନି ମର୍ଡନା। ଏହି କମ୍ପାନି କରୋନା ସହ ମୁକାବିଲା କରିବା ପାଇଁ ଏକ ପ୍ରତିଷେଧକର ପରୀକ୍ଷଣ କରିଛି। କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ସାରିଥିବା ବ୍ୟକ୍ତିଙ୍କ ରକ୍ତ ନମୁନା ସହିତ ଏହି ପ୍ର‌ତିଷେଧକରୁ ସୃଷ୍ଟି ହୋଇଥିବା ଆଣ୍ଟିବଡିର ସମାନତା ଥିବା ଗବେଷକମାନେ ଜାଣିବାକୁ ପାଇଛନ୍ତି।

ଗବେଷକମାନେ ୮ କରୋନା ଆକ୍ରାନ୍ତଙ୍କ ଉପରେ ଏହି ପ୍ରତିଷେଧକ ପରୀକ୍ଷଣ କରିବା ପରେ ଫଳାଫଳ ସକାରାତ୍ମକ ଥିବା ଜଣାପଡ଼ିଛି। ଏହି କମ୍ପାନି ସୁଇସ୍‌ର ଔଷଧ ନିର୍ମାଣକାରୀ କମ୍ପାନି ଲୋଞ୍ଜା ଗ୍ରୁପ୍‌ ଏଜି ଏବଂ ଆମେରିକା ସରକାରଙ୍କ ସହ ମିଶି ଏକ ଚୁକ୍ତି ସ୍ବାକ୍ଷର କରି ବିପୁଳ ପରିମାଣର କରୋନା ପ୍ରତିଷେଧକ ତିଆରି କରିବାର ଯୋଜନା ରଖିଛି। ବିଶେଷଜ୍ଞମାନଙ୍କ କହିବାନୁସାରେ, ଏହି ପ୍ରତିଷେଧକ ତିଆରି କରିବା ପାଇଁ ପ୍ରାୟ ୧ ବର୍ଷରୁ ଦେଢ଼ ବର୍ଷ ସମୟ ଲାଗିପାରେ।

Stone Creek Family Medicine

ପ୍ରତିଷେଧକ ଏମ୍ଆର୍‌ଏନ୍‌ଏ-୧୨୭୩କୁ ନେଇ ହୋଇଥିବା ପରୀକ୍ଷଣରୁ ଜାଣିବାକୁ ମିଳିଛି ଯେ ଏହା ମଣିଷ ପାଇଁ ଏକ ସୁରକ୍ଷିତ ପ୍ରତିଷେଧକ। ପରୀକ୍ଷଣ ସମୟରେ ଜଣେ ବ୍ୟକ୍ତିଙ୍କ ଇନ୍‌ଜେକ୍‌ସନ ଜରିଆରେ ପ୍ରତିଷେଧକକୁ ଦିଆଯିବାରୁ ସେହି ସ୍ଥାନରେ ସାମାନ୍ୟ ନାଲି ପଡ଼ିବା ପରି ଦିଶିଥିଲା। ମାତ୍ର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଏହା ବିଶେଷ କ୍ଷତିକାରକ ନୁହେଁ। ଏହାକୁ ସେମାନେ ‘ଗ୍ରେଡ୍‌ ୩’ ପାର୍ଶ୍ବ ପ୍ରଭାବ ବୋଲି କହୁଛନ୍ତି। ଏହି କମ୍ପାନି ତା’ର ପରବର୍ତ୍ତୀ ପରୀକ୍ଷଣ ଆସନ୍ତା ଜୁଲାଇ ମାସରେ କରିବ।

ସମ୍ବନ୍ଧିତ ଖବର