ବାପା ହେଲେ କମେଡି କିଙ୍ଗ୍ କପିଲ୍ ଶର୍ମା
ମୁମ୍ବାଇ: ଅଭିନେତା ତଥା କମେଡି କିଙ୍ଗ୍ କପିଲ୍ ଶର୍ମା ବାପା ହୋଇଛନ୍ତି। ତାଙ୍କ ପତ୍ନୀ ଗିନ୍ନି ଚତର୍ଥ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। କପିଲ୍ ପିତା ହେବା ଖବର ଟୁଇଟ କରିବା ମାତ୍ରେ ହିଁ ତାଙ୍କ ନିକଟକୁ ତାଙ୍କର ସାଙ୍ଗ ଓ ସମ୍ପର୍କୀୟଙ୍କ ଆଡୁ ଶୁଭେଚ୍ଛାର ସୁଅ ଛୁଟି ଆସୁଛି।
Sambad is now on WhatsApp
Join and get latest news updates delivered to you via WhatsApp
କପିଲ ଆଜି ଭୋର ୩ଟା ବାଜି ୨୩ ମିନିଟ୍ରେ ଏହି ଖୁସି ଖବରକୁ ଟୁଇଟ କରି କହିଥିଲେ, ‘ମୋର ଝିଅଟିଏ ହୋଇଛି। ଏଥିପାଇଁ ଆପଣଙ୍କ ସ୍ନେହ ଓ ଆର୍ଶୀବାଦ ନିହାତି ଆବଶ୍ୟକ। ଜୟା ମା ଦି।’
Blessed to have a baby girl 🤗 need ur blessings 🙏 love u all ❤️ jai mata di 🙏
— Kapil Sharma (@KapilSharmaK9) December 9, 2019
କପିଲ ବାପା ହେବା ଖବର ଜାଣିବା ପରେ ଦିଆ ମିର୍ଜା, ଅକ୍ଷୟ କୁମାର, ଗୁରୁ ରନ୍ଧାୱା, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଓ ସାଇନା ନେହୱାଲ୍ଙ୍କ ପରି ଅନେକ ବଲିଉଡ୍ ସେଲେବ୍ରିଟି, ଖେଳ ତାରକା ଓ ରାଜନେତା କପିଲ୍ଙ୍କୁ ଟୁଇଟରରେ ଶୁଭେଚ୍ଛା ଜଣାଇଥିଲେ।