ମୁମ୍ବାଇ: ଆପଣ ଜାଣିଥିବେ ନିଶ୍ଚୟ ଆଗକୁ ଚଳଚ୍ଚିତ୍ର ‘ବ୍ରହ୍ମସ୍ତ୍ର’ ଜରିଆରେ ଏକତ୍ର ନଜର ଆସିବେ ବିଗ୍ ବି ଅମିତାଭ ବଚ୍ଚନ ଓ ଡିମ୍ପଲ କୁଇନ୍ ଆଲିଆ ଭଟ୍ଟ। ଚଳଚ୍ଚିତ୍ରରେ ଏମାନଙ୍କ ବ୍ୟତୀତ ରଣବୀର କପୁର୍ ବି ମୁଖ୍ୟ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି। ଅଭିନେତ୍ରୀ ଆଲିଆଙ୍କ ସହ ବିଗ୍ ବି ପ୍ରଥମ ଥର ପାଇଁ କାମ କରିଛନ୍ତି ଏହି ଚଳଚ୍ଚିତ୍ର ଜରିଆରେ। ନିକଟରେ ଆଲିଆରଙ୍କର ଏକ ଟୁଇଟ୍ରେ ରହିଥିବା ବନାମ ଭୁଲ୍କୁ ବଡ଼ କୌତୁକିଆ ଢଙ୍ଗରେ ସଜାଡ଼ି ଦେଇଛନ୍ତି ଅମିତାଭ।
Sambad is now on WhatsApp
Join and get latest news updates delivered to you via WhatsApp
ଆଲିଆ ମାଇକ୍ରୋ ବ୍ଲଗିଂ ସାଇଟ୍ ଟୁଇଟ୍ରେ ଲେଖିଥିଲେ ଯେ ‘ ଅମିତାଭ ବଚ୍ଚନ(ଏବି)ଙ୍କ ସହ କାର୍ଯ୍ୟ କରିବା ମୋ ପାଇଁ ଏକ ବଡ଼ କଥା। ଆଜି ସାର୍ ଅମିତାଭ ବାସ୍ତବରେ ପ୍ୟାକ୍ କରିବାର ଏକ ଘଣ୍ଟା ପୂର୍ବରୁ ପ୍ୟାକ୍ କଲେ। ମାତ୍ର ସେ କେବଳ ସଂକେତ ଦେବା ପାଇଁ ସେଟ୍ରେ ଅଟକିଲେ। ମୁଁ ସେ ସବୁ ଜିନିଷର ବ୍ୟାଖ୍ୟା କରିପାରୁନି। ମୁଁ ଖାଲି ସିଖିବାରେ ଲାଗିଛି।’
Working with AB has been supreme greatness! Today @SrBachchan packed up an hour before the actual pack up but he stayed back on set just to give ques! I can’t begin to explain the amount of things I am learning on set just by watching him!!!! ???
— Alia Bhatt (@aliaa08) June 7, 2018
ଏହି ଟଉଇଟ୍ରେ ଆଲି ‘ques’ ବୋଲି ଏକ ଶବ୍ଦ ପ୍ରୟୋଗ କରିଛନ୍ତି। ସେହି ଶବ୍ଦଟି ବନାନ୍ ଭୁଲ୍ ଥିବାରୁ ବିଗ୍ ବି ଅମିତାଭ ତାହାକୁ ସଜାଡ଼ି ଦେଇଛନ୍ତି। ସେ ଉତ୍ତରରେ ଲେଖିଛନ୍ତି, ‘ ଆଲିଆ ତୁମେ ବହୁତ ଭଲ। ତୁମର ଉଦାରତା ପାଇଁ ଧନ୍ୟବାଦ। ଆଉ ଏକ ଭୁଲ୍ ହେଉଛି ତାହା ‘cues’, ‘ques’ ନୁହେଁ। ତୁମେ ଖୁବ୍ ସୁନ୍ଦର।’
Working with AB has been supreme greatness! Today @SrBachchan packed up an hour before the actual pack up but he stayed back on set just to give ques! I can’t begin to explain the amount of things I am learning on set just by watching him!!!! ???
— Alia Bhatt (@aliaa08) June 7, 2018
ଉଲ୍ଲେଖଯୋଗ୍ୟ, ‘ବ୍ରହ୍ମସ୍ତ୍ର’ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ନିର୍ମାତା କରଣ ଜୋହର। ଧର୍ମା ପ୍ରଡକ୍ସନରେ ଫିଲ୍ମଟି ପ୍ରଯୋଜିତ ହେବ।