ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ-୩’ର ଟ୍ରେଲର : ଦମଦାର କମେଡି ଓ ଆକ୍ସନ ସହ ଭିନ୍ନ କାହାଣୀକୁ ନେଇ ନଜର ଆସିଲେ ସଲମାନ

ମୁମ୍ବାଇ : ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ-୩’ର ଟ୍ରେଲର । କିଛି ଦିନ ପୂର୍ବରୁ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ସବୁ ଚର୍ଚ୍ଚାର ଅବସାନ ଘଟିଛି । ଫିଲ୍ମର ପୂର୍ବ ଦୁଇ ଭାଗରେ କେବଳ ସୋନାକ୍ଷୀଙ୍କ ସହ ସଲମାନ ଖାନ୍‌ଙ୍କୁ ରୋମାନ୍ସ କରୁଥିବାର ଦେଖାଯାଇଥିବା ବେଳେ ‘ଦବଙ୍ଗ-୩’ରେ ସୋନାକ୍ଷୀଙ୍କ ସହ ଆଉ ଜଣେ ଅଭିନେତ୍ରୀଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ସଲମାନ । ନବାଗତା ସାଇ ମଞ୍ଜ୍ରେକର ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିବା ବେଳେ ତାଙ୍କୁ ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ ।

ରିଲିଜ୍‌ ହୋଇଥିବା ଟ୍ରେଲରରେ ସଲମାନଙ୍କ ଦବଙ୍ଗ ଏଣ୍ଟ୍ରି ହେଉଥିବା ବେଳେ ପ୍ରଥମେ ସେ ନିଜ ସହ ନିଜ ପତ୍ନୀ ରଜ୍ଜୋ ଓରଫ ସୋନାକ୍ଷୀ ସିହ୍ନାଙ୍କୁ ସମସ୍ତଙ୍କ ସହ ପରିଚୟ କରାଉଛନ୍ତି । ଏହା ପରେ ସେ ଜଣେ ସାଧାରଣ ମଣିଷରୁ ଦବଙ୍ଗ କାହିଁକି ପାଲଟିଲେ, ସେ କାହାଣୀ କହିବା ଆରମ୍ଭ କରୁଛନ୍ତି । ଟ୍ରେଲରକୁ ନିଜ ଟୁଇଟ୍‌ର ଆକାଉଣ୍ଟରେ ସେୟାର କରି ସେ ଲେଖିଛନ୍ତି, ଆପଣଙ୍କ ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ଏହି ୩ମିନିଟ୍‌ର ଟ୍ରେଲର ଦେଖନ୍ତୁ । ତେବେ ଟ୍ରେଲର ରିଲିଜ୍‌ ହେବାର କିଛି ଘଣ୍ଟା ମଧ୍ୟରେ ହିଁ ଏହା ଲୋକପ୍ରିୟ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର