ଡ୍ୟାନ୍ସିଂ ଅଙ୍କଲ୍‌ଙ୍କ ନାଚ ଦେଖି ପ୍ରଶଂସା କଲେ ଗୋବିନ୍ଦା

ମୁମ୍ବାଇ: ବିଗତ କିଛି ଦିନ ହେବ ଇଣ୍ଟରନେଟ୍‌ରେ ଡ଼୍ୟାନ୍ସିଂ ଅଙ୍କଲ୍‌ ନାମରେ ରାଜ୍‌ କରୁଛନ୍ତି ଅଧ୍ୟାପକ ସଞ୍ଜୀବ ଶ୍ରୀବାସ୍ତବ । ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ କଳାକାର ଗୋବିନ୍ଦାଙ୍କ ଭଳି ତାଙ୍କରି ଗୀତରେ ନାଚି ସେ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିବା ସହ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛନ୍ତି । ଏପରିକି ସେ ତାଙ୍କ ନୃତ୍ୟର ଗୁରୁ ମଧ୍ୟ ଗୋବିନ୍ଦାଙ୍କୁ ହିଁ ମାନିଥିବା କହିଛନ୍ତି । ଏହି ଭିଡ଼ିଓ ଦେଖିବା ପରେ ଅଭିନେତା ଗୋବିନ୍ଦା ତାଙ୍କ ପ୍ରତିକ୍ରିୟା ମିଡ଼ିଆକୁ ଜଣାଇଛନ୍ତି ।

” ମୁଁ ଶ୍ରୀବାସ୍ତବଙ୍କର ନାଚ ଭିଡ଼ିଓ ଦେଖିଲି । ମୁମ୍ବାଇରେ ମତେ ଜଣେ ସେୟାର କରିଥିଲେ । ମୁଁ ଏଥିପାଇଁ ପ୍ରଥମେ ତାଙ୍କୁ ବହୁତ ଧନ୍ୟବାଦ ଜଣାଇବାକୁ ଚାହିଁବି । ମୁଁ ମୋ ସ୍ତ୍ରୀ ସୁନୀତାଙ୍କୁ ମଧ୍ୟ ଏହି ଭିଡ଼ିଓ ଦେଖାଇଥିଲି । ଏହି ଭିଡ଼ିଓର ବିଶେଷତ୍ୱ ଏହାକି ତାଙ୍କୁ ନିଜକୁ ଜଣାନାହିଁ ସେ କଣ କଣ ନୃତ୍ୟ ଭଙ୍ଗୀ ଏବଂ କେତେ ସହଜ ଉପାୟରେ କରୁଛନ୍ତି । ମତେ ଏପରି ଭାବେ ଅନୁସରଣ କରୁଥିବା ଦେଖି ବହୁତ ଖୁସି ଲାଗିଲା “ବୋଲି କହିଛନ୍ତି ଅଭିନେତା ଗୋବିନ୍ଦା ।ଏଥି ସହ “ଶ୍ରୀବାସ୍ତଙ୍କୁ ଏପରି ନୃତ୍ୟ କରୁଥାନ୍ତୁ ଏବଂ ସେ ଯେପରି ତାଙ୍କ ସ୍ତ୍ରୀଙ୍କ ସହ ନୃତ୍ୟ କରୁଛନ୍ତି ତାହା ତାଙ୍କୁ ବହୁତ ପସନ୍ଦ ଆସିଲା” ବୋଲି କହିଛନ୍ତି ଗୋବିନ୍ଦା ।ଏହା ପୂର୍ବରୁ ଡ଼୍ୟାନ୍ସିଂ ଅଙ୍କଲ୍‌ଙ୍କ ନୃତ୍ୟକୁ ବି-ଟାଉନ୍‌ର କଳାକାର ଅନୁଷ୍କା ଶର୍ମା , ଅର୍ଜୁନ୍‌ କପୁର , ରବିନା ଟଣ୍ଡନ୍‌ ଆଦି ପ୍ରଶଂସା କରିସାରଛନ୍ତି।

ସମ୍ବନ୍ଧିତ ଖବର