ଏହି ନିର୍ଦ୍ଦେଶକଙ୍କ ଯୋଗୁଁ ଷ୍ଟାର୍‌ ବନିଥିଲେ ଗୋବିନ୍ଦା

ମୁମ୍ବାଇ: ଆଜି ହେଉଛି ଲୋକପ୍ରିୟ ଅଭିନେତା ଗୋବିନ୍ଦାଙ୍କ ଜନ୍ମ ଦିବସ। ସେ ୧୯୬୩ ମସିହା ଡିସେମ୍ବର ୨୧ ତାରିଖରେ ଜନ୍ମ ହୋଇଥିଲେ । ଆସନ୍ତୁ ତାଙ୍କ ସଂପର୍କରେ ଏକ ମଜାଦାର ଘଟଣା ଜାଣିବା।
ଏକଥାକୁ ସ୍ୱୀକାର କରିବାକୁ ପଡ଼ିବ ଯେ ପ୍ରଖ୍ୟାତ ନିର୍ଦ୍ଦେଶକ ଡେଭିଡ ଧଓ୍ଵନ୍‌ ଙ୍କ ଯୋଗୁ ଗୋବିନ୍ଦା ଷ୍ଟାର୍‌ ବନିଥିଲେ। କାରଣ ସେ ଡେଭିଡଙ୍କ ସହ ଯେଉଁ ସବୁ ସିନେମାରେ କାମ କରିଛନ୍ତି ସେଗୁଡିକ ମଧ୍ୟରୁ ଅଧିକାଂଶ ହିଟ୍‌ ହୋଇଛି। ଡେଭିଡ- ଗୋବିନ୍ଦାଙ୍କର ହିଟି ସିନେମା ମଧ୍ୟରେ ରହିଛି ଆଁଖେଁ, ରାଜାବାବୁ, କୁଲି ନମ୍ବର ଓ୍ଵାନ୍‌,ହିରୋ ନମ୍ବର ଓ୍ଵାନ୍‌, ବଡେ ମିୟାଁ ଛୋଟେ ମିଆଁ,ହସିନା ମାନ ଜାଏଗି ଆଦି।

photo- news18,com

ହେଲେ ଆପଣ ଜାଣନ୍ତି କି ଏହି ଯୋଡିଙ୍କର ଏକ ସିନେମା କେବଳ ଯୋଜନାରେ ରହିଗଲା। ନିର୍ଦ୍ଦେଶକ ଡେଭିଡ ଧଓ୍ଵନ୍‌ ‘ରାଜୁ ରାଜା ରାମ୍‌’ ଟାଇଟଲ୍‌ ରେ ଏକ କମେଡି ଫିଲ୍ମ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିରେ ପ୍ରଥମ ଥର ଲାଗି ସଲମାନ୍‌ ଖାନ୍‌ ଓ ଗୋବିନ୍ଦାଙ୍କୁ ଏକାଠି ଆଣିଥିଲେ ନିର୍ଦ୍ଦେଶକ । ସେ ସମୟରେ ଗୋବିନ୍ଦାଙ୍କ ଡିମାଣ୍ଡ ଖୁବ୍‌ ଅଧିକ ଥିଲା । ଏଥିରେ ରାଜୁ ଭୂମିକାରେ ଜ୍ୟାକି ଶ୍ରଫ୍‌, ରାଜା ଭୂମିକାରେ ଗୋବିନ୍ଦା ଓ ରାମ୍‌ ଚରିତ୍ରରେ ନଜର ଆସିଥାଆନ୍ତେ ସଲମାନ୍‌ । ଏ ତିନିଜଣ ଯାକ ଜଣେ ଯୁବତୀ ( ମନୀଷା କୋଇରାଲା)ଙ୍କୁ ପ୍ରେମ ନିବେଦନ କରୁଥିବାର କାହାଣୀ ଥିଲା ଫିଲ୍ମରେ । ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତି ପରେ ଆକସ୍ମିକ ଭାବେ ପ୍ରଯୋଜନା ସଂସ୍ଥା ଆର୍ଥିକ ସଂକଟ ଦେଇ ଗତି କରିଥିଲା । ଫଳତଃ ଏହାର କାମ ଆଗକୁ ଯାଇପାରିନଥିଲା ।‘ରାଜୁ ରାଜା ରାମ୍‌’ ବି ପରେ ନିର୍ମିତ ହୋଇନଥିଲା। ତା’ନହେଲେ ଗୋବିନ୍ଦା-ସଲମାନ୍‌ ଖାନ୍‌ଙ୍କୁ ଏକାଠି ଏହି ସିନେମାରେ ପ୍ରଥମେ ଦେଖିବାକୁ ପାଇଥାଆନ୍ତେ ଦର୍ଶକ । ପରେ ଅବଶ୍ୟ ନିର୍ଦ୍ଦେଶକ ଡେଭିଡ ଧଓ୍ଵନ୍‌ ଗୋବିନ୍ଦା-ସଲମାନ୍‌ ଖାନ୍‌ଙ୍କୁ ଏକାଠି ‘ପାର୍ଟନର୍‌’ ସିନେମାରେ ଆଣିଥିଲେ ।

ସମ୍ବନ୍ଧିତ ଖବର