ଭୁବନେଶ୍ୱର: ଓଲିଉଡ଼୍ରେ ପ୍ରଥମ ଓଡ଼ିଆ ସିନେମାରେ ଦେବ୍ରାଜ୍ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଦେବରାଜଙ୍କ ଅଭିନୀତ ପ୍ରଥମ ସିନେମା ହେଲା ‘ତୋ’ ପ୍ରେମରେ ପଡ଼ିଲା ପରେ’। ଏହି ଫିଲ୍ମର ପ୍ରଯୋଜନା କରିଥିଲେ ଚିନ୍ମୟୀ ପ୍ରିୟଦର୍ଶିନୀ। ଖାଲି ସେତିକି ନୁହେଁ ,ଏଥିରେ ଦେବରାଜ୍ଙ୍କ ବିପକ୍ଷରେ ବି ନାୟିକା ବନିଥିଲେ ଚିନ୍ମୟୀ । ଫିଲ୍ମକୁ ସାଧାରଣ ସଫଳତା ମିଳିଥିଲା।
ଏବେ ଦେବରାଜ୍ଙ୍କ ହାତରେ ରହିଛି ଦୁଇଟି ନୂଆ ସିନେମା ।ଏଥିମଧ୍ୟରୁ ପ୍ରଥମଟି ହେଲା ‘ବାବାଜୀ କା ଠୁଲୁ’ ଓ ଅନ୍ୟଟି ହେଲା ‘ତୁ ହିରୋ,ମୁଁ ଜିରୋ’। ‘ବାବାଜୀ କା ଠୁଲୁ’ର ସୁଟିଂ ଜୋର ସୋରରେ ଚାଲିଛି। ଲର୍ଡ଼ ଜଗନ୍ନାଥ ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ସିନେମାରେ ଦେବରାଜ ନାୟକ ଭୂମିକାରେ ଅଛନ୍ତି। ଏତଦ୍ବ୍ୟତୀତ ମିହିର ଦାସ ,ପୁଷ୍ପା ପଣ୍ଡା,ଉଷସୀ ମିଶ୍ର ଓ ପ୍ରଜ୍ଞା ଖଟୁଆ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରଂଜନ ମିଶ୍ର ।
‘ବାବାଜୀ କା ଠୁଲୁ’ର ସୁଟିଂ ଶେଷ କରିବାପରେ ଦେବରାଜ ‘ତୁ ହିରୋ,ମୁଁ ଜିରୋ’ରେ କାମ କରିବେ ବୋଲି ଜଣାଯାଇଛି।ଏହି ଫିଲ୍ମର ପ୍ରଯୋଜିକା ହେଲେ ଚିନ୍ମୟୀ ପ୍ରିୟଦର୍ଶିନୀ। ଡ଼ ପ୍ରସନ୍ନ ପାଟଶାଣୀ ଏହାର କାହାଣୀ ରଚନା କରିଥିବାବେଳେ ସଂଳାପ ଲେଖିଛନ୍ତି ଡ଼ ନିର୍ମଳ ନାୟକ। ‘ତୁ ହିରୋ,ମୁଁ ଜିରୋ’ର ନିର୍ଦ୍ଦେଶକ ହେଲେ ରଞ୍ଜନ ମିଶ୍ର।ଏଥିରେ ଦର୍ଶକ ପୁଣିଥରେ ‘ତୋ’ ପ୍ରେମରେ ପଡ଼ିଲା ପରେ’ଫେମ୍ ଦେବରାଜ୍-ଚିନ୍ମୟୀଙ୍କ ଯୋଡ଼ିଙ୍କୁ ଭେଟିବେ। ଏହା ହେଉଛି ଦେବକୀ ଫିଲ୍ମସ ବ୍ୟାନରର ଦ୍ୱିତୀୟ ଓଡ଼ିଆ ସିନେମା।