ରାକ୍ଷୀ ସାଓ୍ଵନ୍ତଙ୍କ ସହିତ ବିବାହ କରିବେ ବୋଲି ଡ୍ରାମା କରିଥିବା ଦୀପକ କଲାଲଙ୍କୁ ରାସ୍ତା ଉପରେ ନିସ୍ତୁକ ମାଡ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆଇଟମ୍‌ ଗାର୍ଲ ରାକ୍ଷୀ ସାଓ୍ଵନ୍ତଙ୍କୁ ଦୀପକ କଲାଲ ବିବାହ କରିବେ ବୋଲି ନିକଟରେ ଚର୍ଚ୍ଚା ଜୋର ଧରିଥିଲା। ନିକଟରେ ଜଣେ ବ୍ୟକ୍ତି ଦୀପକ କଲାଲଙ୍କୁ ରାସ୍ତା ଉପରେ ନିସ୍ତୁକ ମାଡ ମାରୁଥିବା ଖବର ମିଳିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଏହି ଭିଡିଓ କିଏ ଓ କାହିଁକି ବନାଇଥିଲା, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦିଲ୍ଲୀସ୍ଥିତ ଗୁରୁଗ୍ରାମରେ ଦୀପକ କଲାଲଙ୍କୁ ମାଡ ମରାଯାଇଥିଲା। ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଦୀପକ କଲାଲଙ୍କୁ ଜଣେ ବ୍ୟକ୍ତି ନିସ୍ତୁକ ମାଡ ମାରୁଛି। ଏବଂ ସେ କାନ୍ଦିବାକୁ ଲାଗୁଛନ୍ତି। ହାତଯୋଡ଼ି ଦୀପକଙ୍କୁ ଇଣ୍ଟରନେଟ୍‌ରେ ଆପତ୍ତିଜନକ ଭିଡିଓ ନଛାଡନ୍ତୁ ଅନୁରୋଧ କରୁଥିବା ସ୍ପଷ୍ଟ ଭାବେ ଶୁଣିବାକୁ ମିଳୁଛି।

ସୋସିଆଲ ମିଡିଆରେ ଥିବା ଏହି ଭିଡିଓରେ ଶୁଣିବାକୁ ମିଳୁଛି, ଦୀପକ କହୁଛନ୍ତି, ମୁଁ ଆପଣ କହିବାକୁ ଚାହୁଁଛି , ମୁଁ ସୋସିଆଲ ମିଡିଆରେ ଯେତେ ବି ବେକାର ଭିଡିଓ ଛାଡ଼ିଛି ସେଥିପାଇଁ ମୋତେ କ୍ଷମା କରି ଦିଅନ୍ତୁ। ମୁଁ ଆଗକୁ କଦାଚିତ ଏଭଳି କାମ କରିବି ନାହିଁ କି ଏମିତି ଭିଡିଓ ପୋଷ୍ଟ କରିବି ନାହିଁ।

ନିକଟରେ ଦୀପକ କଲାଲ ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ଵନ୍ତଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ମିଥ୍ୟା ଖବର ପ୍ରଚାର ହୋଇଥିଲା। ଏହି କାରଣରୁ ରାକ୍ଷୀ ଓ ଦୀପକଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ବିବାହ ଘୋଷଣା କରିବା ପାଇଁ ଦୁହେଁ ଏକ ସାମ୍ବାଦିକ ସମ୍ମିଳନୀ ବି ଡାକିଥିଲେ। ରାକ୍ଷୀ ସାଓ୍ଵନ୍ତ ନିଜ ବିବାହ କାର୍ଡ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର ବି କରିଥିଲେ।

ସମ୍ବନ୍ଧିତ ଖବର