ବିବାହ ମଣ୍ଡପରେ କାନ୍ଦିଲେ ଦୀପିକା ପାଦୁକୋନ , ଜାଣନ୍ତୁ କଣ କଲେ ରଣବୀର ସିଂହ 

ମୁମ୍ବାଇ : ଆଜି ଦୀପବୀର ବିବାହ ବନ୍ଧନରେ ବାନ୍ଧିହେଉଛନ୍ତି।ଏଥି ପାଇଁ ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜ ନିଜ ପରିବାର ସହ ଇଟାଲୀ ଅଛନ୍ତି । ବିବାହ ମଣ୍ଡପର ସାଜସଜ୍ଜା ଶେଷ ହୋଇଛି । ରଣବୀର ନିଜ ପରିବାର ଏବଂ ବନ୍ଧୁମାନଙ୍କ ସହ ସିପ୍ଲେନ୍(ସାମୁଦ୍ରିକ ବିମାନ)ରେ ଆସିଥିଲେ ଏବଂ ତାଙ୍କ ସଂପର୍କୀୟ ବିଳାସପୂର୍ଣ୍ଣ ଡ଼ଙ୍ଗା ସାହାଯ୍ୟରେ ବିବାହ ମଣ୍ଡପରେ ପହଞ୍ଚିଥିଲେ ବୋଲି ଜଣାପଡ଼ିଛି । ସେଦୁହେଁ ଡିଜାଇନର୍‌ ସବ୍ୟସାଚୀ ମୁଖାର୍ଜୀଙ୍କ କଷଟ୍ୟୁମ୍‌ ପିନ୍ଧିଛନ୍ତି। ତା’ଛଡା ଏଦୁହେଁ ଆଜି କୋଙ୍କଣୀ ରୀତିରେ ଏବଂ ଆଗାମୀକାଲି ସେଦୁହେଁ ସିନ୍ଧି ରୀତିରେ ବାହା ହେବେ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଥିଲା ମେହେନ୍ଦି ସେରିମନି। ଏହି ସମୟରେ ଦୀପିକା ପାଦୁକୋନ୍‌ କୁଆଡେ ଖୁବ୍‌ ଜୋରରେ କାନ୍ଦିଥିଲେ । ଠିକ୍‌ ଯେମିତି ଭାରତୀୟ ଯୁବତୀମାନେ ବାହାଘର ଆଗରୁ କାନ୍ଦିଥାନ୍ତି।ତାଙ୍କର କାନ୍ଦ ଦେଖି ରଣବୀର ସିଂହ ପାଖକୁ ଆସି ତାଙ୍କୁ ସାନ୍ତ୍ୱନା ଦେଇଥିଲେ କି ସେ ଆଜୀବନ ଦୀପିକାଙ୍କ ସାଥ୍‌ ଦେବେ। ଏହାପରେ ଦୀପିକା ପାଦୁକୋନଙ୍କ ମୁହଁରେ ହସ ଫୁଟି ଉଠିଥିଲା।

ସମ୍ବନ୍ଧିତ ଖବର