ଦୀପିକା ପାଦୁକୋନଙ୍କ ରାସ୍ତାରେ ଜାକଲିନ୍‌ , ଆରମ୍ଭରୁ ବନିଲେ ଆଇଟମ୍ ଗର୍ଲ

ମୁମ୍ବାଇ: ଆଜି ହେଉଛି ବଲିଉଡର ଲୋକପ୍ରିୟ ନାୟିକା ଜାକଲିନ୍‌ ଫର୍ଣ୍ଣାଡିଜଙ୍କର ଜନ୍ମଦିନ। ସେ ଆଜି ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୦୯ରେ ସିଂହଳୀ ସୁନ୍ଦରୀ ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ‘ଆଲ୍ଲାଦିନ୍‌’ ଫିଲ୍ମ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ। ଏହାପରେ ସେ ରୟ, ଜେଣ୍ଟଲମ୍ୟାନ୍‌, କିକ୍‌ , ‘ଜୁଡଓ୍ଵା-୨’ ଏବଂ¸ରେସ୍‌ -ଥ୍ରି ଆଦି ସିନେମାରେ ନାୟିକା ଭୂମିକା ନିଭାଇ ଚର୍ଚ୍ଚାରେ ରହିଛନ୍ତି।
ଆଜିକାଲି ବଲିଉଡରେ ଦେଖିବାକୁ ମିଳୁ ନାହିଁ। ସେ ମୁମ୍ବାଇରେ ବି ନାହାନ୍ତି ବେଶ୍‌ କିଛି ଦିନ ହେବ। ଏଣେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ଜାକଲିନଙ୍କର ପ୍ରେମ ସଂପର୍କ ବି ଜମିଲାନି। ଏଭଳି ସମୟ ରେ କୁଆଡ଼େ ଗଲେ ବୋଲି ଚର୍ଚ୍ଚା ହେଉଛି।
ମିଳିଥିବା ଖବର ଅନୁଯାୟୀ ଜାକଲିନ୍‌ ଫର୍ଣ୍ଣାଡିଜ୍‌ କନ୍ନଡ ସିନେମାରେ ଡେବ୍ୟୁ କରୁଛନ୍ତି। ବଲିଉଡ ଓ କନ୍ନଡ ଫିଲ୍ମ ମଧ୍ୟରେ ସଂପର୍କ ବେଶ୍‌ ପୁରୁଣା। ଜୁହି ଚାଓ୍ଵାଲାଙ୍କଠାରୁ ଆରମ୍ଭ କରି ଦୀପିକା ପାଦୁକୋନଙ୍କପାଇଁ ଅନେକ ଟପ୍‌ ହିରୋଇନ୍‌ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି।


ସଂପ୍ରତି ଜାକଲିନ୍‌ ଏକ କନ୍ନଡ ସିନେମାରେ ଆଇଟମ୍‌ ନମ୍ବର କରୁଥିବାର ଜଣାଯାଇଛି। ଏହି ଫିଲ୍ମର ଟାଇଟଲ୍‌ ହେଲା ‘ସୀତାରାମା କଲ୍ୟାଣ’ । ଏଥିରେ କନ୍ନଡ ଅଭିନେତା ନିଖିଲ କୁମାର ନାୟକ ଭୂମିକାରେ ଅଛନ୍ତି। ଏବେ ଜାକଲିନ୍‌ ବେଙ୍ଗଲୁରୁରେ ସେହି ଆଇଟମ୍‌ ଗୀତର ସୁଟିଂରେ ବ୍ୟସ୍ତ ଥିବା କୁହାଯାଉଛି। ତେବେ ଏସଂପର୍କରେ ନିଜେ ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ କୌଣସି ସୂଚନା ଦେଇ ନାହାନ୍ତି।

ସମ୍ବନ୍ଧିତ ଖବର