ହଲିଉଡ଼୍‍ରେ ଦୀପିକା କରିବେ ଏହି କାମ !

ମୁମ୍ବାଇ: ବଲିଉଡ଼ର ଲୋକପ୍ରିୟ ନାୟିକା ଦୀପିକା ପାଦୁକୋନ୍‌ ଏବେ ପୁଣି ଚର୍ଚ୍ଚାରେ। ସେ ‘ଏକ୍ସ ଏକ୍ସ ଏକ୍ସ:ରିଟର୍ଣ୍ଣ ଅର୍ଫ ଜାଣ୍ଡାର୍‌ କେଜ୍‌’ ଜରିଆରେ ହଲିଉଡ଼ରେ ପ୍ରବେଶ କରିଥିଲେ। ଏହାର ନିର୍ଦ୍ଦେଶକ ହେଲେ ଡ଼ି.ଜେ କାରୁସୋ।
ନିର୍ଦ୍ଦେଶକ ଏହି ହଲିଉଡ଼ ମୁଭିର ଚତୁର୍ଥ ଫ୍ରାଞ୍ଚାଇଜ୍‌ରେ ଏକ ଭିନ୍ନ ପରିବେଶ ସୃଷ୍ଟି କରିବାର ଯୋଜନାରେ ଅଛନ୍ତି। ଏ ସଂପର୍କରେ ନିର୍ଦ୍ଦେଶକ ଡ଼ି.ଜେ. କାରୁସୋ ନିଜର ଟ୍ଵିଟରରେ ସୂଚନା ଦେଇଛନ୍ତି।
ନିର୍ଦ୍ଦେଶକ ଡ଼ି.ଜେ କାରୁସୋ ଇଛା ରଖିଛନ୍ତି କି ଏହି ସିରିଜ୍‌ର ଚତୁର୍ଥ ଫିଲ୍ମକୁ ଏକ ବଲିଉଡ଼ ଗୀତରେ ଶେଷ କରିବେ। ଏବେ ଆପଣ ଜାଣିବାକୁ ଚାହିଁବେ କେଉଁ ଗୀତଟି ଏଥିପାଇଁ ନିର୍ଦ୍ଦେଶକଙ୍କୁ ପ୍ରଯୁଜ୍ୟ ମନେ ହୋଇଛି।
ହଁ ଏହି ଗୀତଟି ହେଲା ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶିତ ସୁପରହିଟ୍‌ ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ୍‌’ର। ଏହି ଗୀତଟି ହେଲା ‘ଲୁଙ୍ଗି ଡ଼୍ୟାନ୍‌ସ….’।ଚେନ୍ନାଇ ଏକ୍ସପ୍ରେସର ଏହି ଗୀତରେ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ ଓ ହଟ୍‌ ହିରୋଇନ୍‌ ଦୀପିକା ପାଦୁକୋନ୍‌ ମଜାଦାର ନୃତ୍ୟ ପରିବେଷଣ କରିଥିଲେ।


ନିର୍ଦ୍ଦେଶକ କାରୁସୋ ଚାହୁଁଛନ୍ତି ଏକ୍ସ ଏକ୍ସ ଏକ୍ସ:ରିଟର୍ଣ୍ଣ ଅର୍ଫ ଜାଣ୍ଡାର୍‌ କେଜ୍‌ର ଚତୁର୍ଥ ସିରିଜ୍‌ର ଶେଷ ଦୃଶ୍ୟରେ ୩୨ ବର୍ଷୀୟା ନାୟିକା ଦୀପିକା ପାଦୁକୋନ୍‌ ଲୁଙ୍ଗି ଡ଼୍ୟାନ୍‌ସ ଗୀତର ତାଳେ ତାଳେ ନାଚନ୍ତୁ। ସେ ଏହି ଗୀତର କ୍ରେଡ଼ିଟ୍‌ ମଧ୍ୟ ବଲିଉଡ଼୍‍ ସଙ୍ଗୀତକାର ଯୋଡ଼ିଙ୍କୁ ଦେବେ ବୋଲି କହିଛନ୍ତି। ଏହି ଫିଲ୍ମରେ ବିନ୍‌ ଡ଼ିଜେଲ୍‌ ପୂର୍ବ ଭଳି ନାୟକ ଭୂମିକାରେ ଅଭିନୟ କରିବେ । ତେବେ ଦୀପିକା ପାଦୁକୋନ୍‌ ନାୟିକା ଭୂମିକା ଲାଗି ଏଯାଏଁ ଚୁକ୍ତିବଦ୍ଧ ହୋଇନାହାନ୍ତି।

ସମ୍ବନ୍ଧିତ ଖବର