ଅଭିନୟ ଆରମ୍ଭରୁ ବକ୍ଷୋଜକୁ ନେଇ ମିଳିଥିଲା ଏପରି ଟିପ୍ପଣୀ, ରାତିସାରା ଶୋଇ ପାରିନଥିଲେ ‘ପଦ୍ମାବତ୍‌’ ନାୟିକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ନିକଟରେ ଏକ ବଡ଼ ଖୁଲାସ କରିଛନ୍ତି। ସେ କହିଛନ୍ତି କି ବଲିଉଡ୍‌ରେ ନିଜ କ୍ୟାରିୟର୍‌ ଆରମ୍ଭ କରିବା ସମୟରେ ସେ ଲିଙ୍ଗଭେଦ ଓ ଶୋଷଣର ଶିକାର ହୋଇଥିଲେ। ତାଙ୍କ ସ୍ତନକୁ ନେଇ ଏପରି ଏକ ମନ୍ତବ୍ୟ ମିଳିଥିଲା ଯାହା ପାଇଁ ସେ ରାତି ସାରା ଶୋଇ ପାରିନଥିଲେ। ସେ ନିକଟରେ ଏକ ସାକ୍ଷାତ୍‌କାରେ କହିଛନ୍ତି କି ସେ ଯେତେବେଳେ ବଲିଉଡ୍‌ରେ ନିଜ ଭାଗ ପରୀକ୍ଷା କରିବାକୁ ଯାଇଥିଲେ ତାଙ୍କୁ ତାଙ୍କର ସ୍ତନକୁ ସର୍ଜରି(ବୁବ୍‌ସ ଜବ) କରାଇ ଆହୁରି ଆକର୍ଷଣୀୟ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। କାମ ପାଇବା ପାଇଁ ଏହି ବୁବ୍‌ସ ଜବ କରିବା ଜରୁରୀ ବୋଲି ଅନେକ ପ୍ରଭାବଶାଳୀ ବ୍ୟକ୍ତି  ଦୀପିକାଙ୍କୁ ପରାମର୍ଶ ଦେଇଥିଲେ ବୋଲି ସେ ଜଣାଇଛନ୍ତି। ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଦୃଷ୍ଟିରେ ଆସିବା ପାଇଁ ଆକର୍ଷଣୀୟ ବକ୍ଷଜ ଏକ ପ୍ରମୁଖ ଜରିଆ ବୋଲି ତାଙ୍କୁ ସେ ସମୟରେ କୁହାଯାଇଥିଲା।

ଦୀପିକା ଆହୁରି ବି କହିଛନ୍ତି କି ତାଙ୍କ ଉପରେ କାହାର ବି ପରାଶର୍ମ କୌଣସି ପ୍ରକାର ପ୍ରଭାବ ପକାଇନଥିଲା। ସେ ସେତେବେଳେ କେବଳ ନିଜ ମନ କଥା ଶୁଣିଥିଲେ। ପିଲାଦିନରୁ ଅଭିନୟ ପ୍ରତି ତାଙ୍କର କୌଣସି ବିଶେଷ ଦୁର୍ବଳତା ନଥିଲା। କେବଳ ଏକ ସମ୍ଭାବନା ଜୁଟିବାରୁ ସେ ବଲିଉଡ୍‌ରେ ପ୍ରବେଶ କରିଥିଲେ। ‘ଓମ୍‌ ଶାନ୍ତି ଓମ୍‌’କୁ ଦୀପିକା ନିଜର ଡ୍ରିମ୍‌ ଡେବ୍ୟୁ ବୋଲି କହିଛନ୍ତି। ଏକ ଉତ୍ତମ ଚରିତ୍ର ଓ ଚଳଚ୍ଚିତ୍ରର ଗୀତ ପାଇଁ ସେ ଯେତିକି ଉତ୍ସାହିତ ଥିଲେ, ତା ଠାରୁ ବି ବେଶି ଉତ୍ସାହିତ ଥିଲେ ଶାହାରୁଖଙ୍କ ସହ ଅଭିନୟ କରିବାର ସୁଯୋଗ ପ୍ରଥମରୁ ପାଇଥିବାରୁ।

 

 

 

ସମ୍ବନ୍ଧିତ ଖବର