ମୁମ୍ବାଇ : ନଭେମ୍ବର ୧୪-୧୫ରେ ଆନୁଷ୍ଠାନିକ ଭାବରେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ବଲିଉଡ଼୍ର ବାଜିରାଓ-ମସ୍ତାନି । ଦୁହିଁଙ୍କ ବିବାହ ପରେ ସମସ୍ତେ ତାଙ୍କୁ ଭିନ୍ନ ଭିନ୍ନ ଉପାୟରେ ଶୁଭେଚ୍ଛା ଜଣାଇଥିବା ବେଳେ ଏକ କଣ୍ଡୋମ କମ୍ପାନୀ କରିଥିବା ଟୁଇଟ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମ୍ୟାନ୍ଫୋର୍ସ କଣ୍ଡୋମ ନିଜ କମ୍ପାନୀର ଭିନ୍ନ ଭିନ୍ନ କଣ୍ଡୋମର ଫଟୋ ସହ ଆନୁଷ୍ଠାନିକ ଭାବରେ ପରସ୍ପର ସହ ବିବାହ କରିବା ପାଇଁ ଶୁଭେଚ୍ଛା, ଏଠି ଆପଣଙ୍କ ପାଇଁ କିଛି ବିକଳ୍ପ ରହିଛି, ଯାହାକୁ ଆପଣ ନିଜର ସ୍ୱତନ୍ତ୍ର ଦିନରେ ବ୍ୟବହାର କରି ପାରିବେ ବୋଲି ଟୁଇଟ୍ କରିଛି। ଟୁଇଟ୍ର ବ୍ୟବହାରକାରୀ ଏହାକୁ ନେଇ ଥଟ୍ଟା କରିଥିବା ଦେଖାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
Here’re a few options for you to wear on your D-Day. #DeepVeer #DeepVeerKiShaadi pic.twitter.com/govEnx0mGN
— Manforce Condoms (@ManforceIndia) November 15, 2018
ସୂଚନା ମୁତାବକ, ଦୁହିଁଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହାକୁ ବ୍ୟକ୍ତିଗତ ରଖିବା ପାଇଁ ଚେଷ୍ଟା କରାଯାଉଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋରଧରିଛି । ଦୁହିଁଙ୍କ ଫଟୋକୁ ସମସ୍ତେ ଚାହିଁ ବସିଥିବା ବେଳେ ଖୁବ୍ ଶୀଘ୍ର ଦୁହିଁଙ୍କ ଫଟୋ ସାମ୍ନାକୁ ଆସିବ ଆଶା କରାଯାଉଛି ।