ଏହି ସୋ’ରେ ରଣବୀର ଓ ଦୀପିକା ନିଜର ରିଲେସନ୍‌ସିପ୍‌ ସ୍ୱୀକାର କରିପାରନ୍ତି

ନୂଆଦିଲ୍ଲୀ: ବଲିଉଡ୍‌ ଫେବରିଟ କପୁଲ ଦୀପିକା ପାଦୁକୋନ୍‌ ଓ ରଣବୀର ସିଂହ ଏଯାବତ୍‌ ନିଜ ରିଲେସନ୍‌ସିପ୍‌କୁ ସ୍ୱୀକାର କରିଛନ୍ତି ନାହିଁ ମନା କରିଛନ୍ତି। ଫ୍ୟାନ୍‌ଙ୍କୁ ବି ଏହା ସ୍ପଷ୍ଟ ଭାବେ ଜଣା ଅଛି କି ରଣବୀର ଓ ଦୀପିକାଙ୍କ ମଧ୍ୟରେ କିଛି ତ ଅଛି ଏବଂ ଦୁହେଁ ଦୁହିଁଙ୍କୁ ଖୁବ୍‌ ଭଲ ପାଆନ୍ତି। ଏହାପରେ ବି ଫ୍ୟାନ୍‌ମାନେ ଅପେକ୍ଷା କରି ରହିଛନ୍ତି କି କେବେ ଏହି ଦୁଇ ଲବ୍‌ବାର୍ଡ ନିଜର ରିଲେସନ୍‌ସିପ୍‌ ସ୍ୱୀକାର କରିବେ।

ଶୁଣିବାକୁ ମିଳିଛି, ସଞ୍ଜୟ ଲିଲା ଭଂସାଲିଙ୍କ ସିନେମା ‘ ଗୋଲିୟୋ କି ରାସଲିଲା ରାମ-ଲିଲା’ ସେଟରେ ଦୁହିଁଙ୍କ ପରସ୍ପର ପ୍ରତି ଦୁର୍ବଳତା ଆସିଥିଲା। ୫ବର୍ଷ ହେବ ଏକାଠି ରହିବା ପରେ ଏହି ପ୍ରେମୀଯୁଗଳ ଖୁବ୍‌ ଶୀଘ୍ର ଆଫିସିଆଲ ଭାବେ ନିଜର ରିଲେସନ୍‌ସିପ୍‌ର ଘୋଷଣା କରିବେ।

ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଅନୁମାନ କରାଯାଉଛି କି, କରଣ ଜୋହରଙ୍କ ଟକ୍‌ ସୋ’ କଫି ଉଇଥ କରନ୍‌’ର ଆଗାମୀ ସିଜନ୍‌ରେ ଦୀପିକା ଓ ରଣବୀର ଏକ ଅଧ୍ୟାୟରେ ପ୍ରଥମଥର ଏକାଠି ନଜର ଆସିବେ। ଏମିତି କି ଶୁଣିବାକୁ ମିଳିଛି ଏହି ସୋ’ରେ ଦୁହେଁ ନିଜ ରିଲେସନ୍‌ସିପ୍‌ର ଘୋଷଣା ବି କରିବେ।

ସମ୍ବନ୍ଧିତ ଖବର