ଶ୍ରୀଦେବୀଙ୍କ ହିଟ୍‌ ଫିଲ୍ମର ରିମେକ୍‌ରେ ନଜର ଆସିବେ ଦୀପିକା

ମୁମ୍ବାଇ : ବଲିଉଡ଼୍‍ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ଅକାଳ ବିୟୋଗ ପରେ ତାଙ୍କର ପ୍ରଶଂସକ ଏବଂ ତାଙ୍କ ପରିବାର ଲୋକଙ୍କୁ ଶକ୍ତ ଧକ୍କା ଲଗିଥିଲା । କେହି ବି ଶ୍ରୀଦେବୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନଥିଲେ । ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଥିଲେ ମଧ୍ୟ ପରେ ସବୁର ସମାଧାନ ହୋଇ ତାଙ୍କ ମର ଶରୀରକୁ ଦୁବାଇରୁ ଭାରତକୁ ଅଣା ଯାଇଥିଲା । ତେବେ ଶ୍ରୀଦେବୀଙ୍କୁ ଯିବାର କିଛି ମାସ ବିତି ଯାଇଥିଲେ ମଧ୍ୟ ଏବେ ବି ସେ ସମସ୍ତଙ୍କ ମନରେ ଜୀବିତ ଅଛନ୍ତି । ସେ ଦୁନିଆକୁ ଛାଡ଼ି ଯାଇଥିଲେ ମଧ୍ୟ ତାଙ୍କ ଅଭିନୟର ଛାପ ଏବେ ବି ସମସ୍ତଙ୍କ ମନରେ ରହିଛି ।

FilmiBeat

ଏହି ଛାପକୁ ବଞ୍ଚାଇ ରଖିବା ପାଇଁ ଏବେ ଶ୍ରୀଦେବୀଙ୍କ ହିଟ୍‌ ଫିଲ୍ମର ରିମେକ୍‌ କରାଯିବାର ଯୋଜନା ଆରମ୍ଭ ହୋଇଛି । ଏହି ରିମେକ୍‌ରେ ଦୀପିକା ପଦୁକୋନ ଶ୍ରୀଦେବୀଙ୍କ ଚରିତ୍ରରେ ନଜର ଆସିବେ ବୋଲି ଜଣାପଡ଼ିଛି । ୨୦୧୮ ଆରମ୍ଭରୁ ଦୀପିକା କେବଳ ଗୋଟେ ଫିଲ୍ମ ପଦ୍ମାବତରେ ନଜର ଆସିଥିଲେ । ଏହା ପରଠାରୁ ତାଙ୍କର କୌଣସି ଫିଲ୍ମ ଆସି ନାହିଁ ବା ଆସିବାର ଖବର ମଧ୍ୟ ନାହିଁ । ବିଶାଲ ଭରଦ୍ୱାଜଙ୍କ ଗୋଟେ ଫିଲ୍ମ ସେ ସାଇନ୍‌ କରିଥିବା ବେଳେ ଏ ଫିଲ୍ମର ସୁଟିଂ ଆରମ୍ଭ ହୋଇ ନାହିଁ । ଏହି ମଧ୍ୟରେ ଦୀପିକାଙ୍କୁ ଶ୍ରୀଦେବୀଙ୍କ ହିଟ୍‌ ଫିଲ୍ମ ଦେଖିବାକୁ ମିଳିବ । କିନ୍ତୁ ଏ ପର୍ଯ୍ୟନ୍ତ ଫିଲ୍ମର ଶୀର୍ଷକ ଘୋଷଣା କରାଯାଇ ନାହିଁ ।

ସମ୍ବନ୍ଧିତ ଖବର