ଅବସାଦଗ୍ରସ୍ତ ସମୟକୁ ମନେ ପକାଇଲେ ଦୀପିକା, କହିଲେ; ପ୍ରତି ସେକେଣ୍ଡ ମୋ ପାଇଁ ସଂଘର୍ଷମୟ ଥିଲା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବ୍ରେକ୍‌ଅପ୍‌ ହେବା ଓ ପରେ ସେ ଅବସାଦଗ୍ରସ୍ତ ହେବା ଖବର କିଛି ନୂଆ ନୁହେଁ । ପୂର୍ବରୁ ଦୀପିକା ଏ ନେଇ ଖୋଲା ଖୋଲି ଭାବେ କଥା ହୋଇ ସାରିଥିବା ବେଳେ ଅବସାଦରୁ ବାହାରିବା ତାଙ୍କ ପାଇଁ କେତେ କଷ୍ଟ ହୋଇଥିଲା, ତାହା ଜଣାଇଥିଲେ । ଏବେ ସେ ଭୋଗ୍‌ ମାଗାଜିନ୍‌କୁ ସାକ୍ଷାତକାର ଦେଇ ପୁଣି ପୁରୁଣା ଦିନକୁ ମନେ ପକାଇଛନ୍ତି ।

Image result for deepika-padukone
Deccan Chronicle

ଅବସାଦରୁ ବାହାରିବାର ଯାତ୍ରାକୁ ସେ ସଂଘର୍ଷମୟ ଥିଲା ବୋଲି କହିଛନ୍ତି । ତାଙ୍କ ଅନୁଯାୟୀ, ସଂଘର୍ଷମୟ ଶବ୍ଦ ମୋର ଅବସାଦର ଅନୁଭବକୁ ଠିକ୍‌ ଭାବେ ବର୍ଣ୍ଣନା କରୁଛି । ପ୍ରତି ସେକେଣ୍ଡ ମୋ ପାଇଁ ସଂଘର୍ଷମୟ ଥିଲା । ମନରେ ବିରକ୍ତିଭାବ ଆସି ଯାଇଥିଲା । କିନ୍ତୁ ଧିରେ ଧିରେ ମୁଁ ଅବସାଦରୁ ବାହାରକୁ ଆସିଥିଲି ଓ ମୋର ଏହି ଯାତ୍ରା ବିଷୟରେ ସମସ୍ତଙ୍କୁ ଜଣାଇବା ପାଇଁ ଚିନ୍ତା କରିଥିଲି । ଯାହା ମୋତେ ଆହୁରି ଦୁଢ଼ କରିଥିଲା ବୋଲି କହିଛନ୍ତି ଦୀପିକା ।

ସମ୍ବନ୍ଧିତ ଖବର