ଏହି କାରଣଙ୍କୁ ନିଜର ପ୍ରିୟ ଦୀପିକାଙ୍କୁ ନୁହେଁ, ଆଲିଆଙ୍କୁ ପରବର୍ତ୍ତୀ ଚଳଚ୍ଚିତ୍ରରେ ନେଉଛନ୍ତି ଭଂସାଲି

ମୁମ୍ବାଇ: ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲି ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଯୋଡ଼ି ବଲିଉଡ୍‌ର ବହୁ ଚର୍ଚ୍ଚିତ ଯୋଡ଼ି କହିଲେ ଭୁଲ୍‌ ହେବ ନାହିଁ। ଭଂସାଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ଦୀପିକାଙ୍କ ମୁହଁ ଦିଶିଲେ ସେ ସିନେମା ହିଟ୍‌ ହେବା ଥୟ। ନିକଟ ଅତୀତରେ ଦର୍ଶକଙ୍କୁ ଜବରଦସ୍ତ ମନୋରଞ୍ଜନ କରାଇଥିବା ଚଳଚ୍ଚିତ୍ର ‘ରାମଲୀଲା’, ‘ବାଜି ରାଓ ମସ୍ତାନୀ’ ଓ ‘ପଦ୍ମାବତ୍‌’ ତାହାର ପ୍ରମାଣ। ତେବେ, ଭଂସାଲି ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରରେ ବି ଦୀପିକାଙ୍କୁ ନେବେ ବୋଲି ଦର୍ଶକଙ୍କ ଚିନ୍ତା କରିବା ଏକ ସ୍ୱଭାବିକ କଥା। ମାତ୍ର, ଭଂସାଲିଙ୍କ ପରବର୍ତ୍ତୀ ଚଳଚ୍ଚି୍ରରେ ଏହି ଚର୍ଚ୍ଚିତ ଯୋଡ଼ି ଦିଶିବେ ନାହିଁ ବୋଲି ସୂଚନା ରହିଛି। କାହିଁକି ନା, ସଞ୍ଜୟଲୀଲାଙ୍କ ନିର୍ଦ୍ଦେଶନାରେ ନାୟିକା ସାଜିବେ ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ।

ନିକଟରେ ଭଂସାଲିଙ୍କ ୩ଟି ଯାକ ସୁପର୍‌ହିଟ୍‌ ଚଳଚ୍ଚିତ୍ରରେ ସେହି ସମାନ ନାୟକ-ନାୟିକା ରଣବୀର ସିଂହ ଓ ଦୀପିକା ପାଦୁକୋନ ଦେଖିବାକୁ ମିଳିଛନ୍ତି। ଦର୍ଶକେ ବାରମ୍ବାର ସେ ଦୁହଁଙ୍କୁ ଦେଖି ବିରକ୍ତ ହୋଇ ନଯାଆନ୍ତୁ ସେଥିପାଇଁ ଆଲିଆଙ୍କୁ ଦୀପିକାଙ୍କ ସ୍ଥାନ ଦେବାକୁ ଚାହାନ୍ତି ଭଂସାଲି। ଆପଣ ଜାଣି ରଖନ୍ତୁ ଯେ, ମହେଶ ଭଟ୍ଟଙ୍କ ତନୟା ଆଲିଆ ବି ଦୀପିକାଙ୍କ ପରି ଅଭିନୟ କ୍ଷେତ୍ରରେ ବେଶ୍‌ ଦକ୍ଷ।

ସମ୍ବନ୍ଧିତ ଖବର