ସପ୍ତମ ଶ୍ରେଣୀରେ ଦୀପିକା ଲେଖିଥିଲେ ଏହି କବିତା..

କେବଳ ଦକ୍ଷ ଅଭିନେତ୍ରୀ ନୁହନ୍ତି ଦୀପିକା; ଜଣେ ଦରଦୀ କବୟତ୍ରୀ ମଧ୍ୟ

ମୁମ୍ବାଇ: ଚର୍ଚ୍ଚିତ ଏବଂ ବିବାଦୀୟ ଚଳଚ୍ଚିତ୍ର ‘ପଦ୍ମାବତ୍‌’ରେ ନିଜର ନିଖୁଣ ଅଭିନୟ ପାଇଁ ଅନେକ ପ୍ରଶଂସା ସାଉଣ୍ଟିବାରେ ସମର୍ଥ ହୋଇଥିବା ଅଭିନେତ୍ରୀ ଦୀପିକା ପାଦୁକୋନ୍‌ କେବଳ ମାତ୍ର ଦକ୍ଷ ଅଭିନେତ୍ରୀ ନୁହନ୍ତି; ଜଣେ ଦରଦୀ କବୟତ୍ରୀ ମଧ୍ୟ। ଦୀପିକାଙ୍କର ଏହି କବି ପ୍ରତିଭାର ପରିଚୟ ମିଳିଛି ଆଜି ତାଙ୍କ ଦ୍ୱାରା ପୋଷ୍ଟ ହୋଇଥିବା ଏକ ଇଂରାଜୀ କବିତାକୁ ପଢ଼ିବା ପରେ। ବେଙ୍ଗାଲୁରୁର ସୋଫିଆ ହାଇସ୍କୁଲରେ ସପ୍ତମ ଣ୍ରେଣୀର ଛାତ୍ରୀ ଥିବାବେଳେ ‘ଆଇ ଆମ୍‌’ ଶୀର୍ଷକରେ ଦୀପିକା ରଚନା କରିଥିବା ଏକ କବିତାକୁ ଆଜି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିବା ପରେ ତାକୁ ପଢ଼ି ଚକିତ ହୋଇଛନ୍ତି ତାଙ୍କର ପ୍ରଶଂସକ।
ଦୀପିକାଙ୍କ ଏହି କବିତାକୁ ପଢ଼ିବା ପରେ ପ୍ରଶଂସକମାନେ ତାଙ୍କ କବି ପ୍ରତିଭାର ଖୁବ୍‌ ତାରିଫ୍‌ ଓ ପ୍ରଶଂସା କରିବା ସହ ଆଗକୁ ଏହିପରି କବିତା ଲେଖା ଜାରି ରଖିବାକୁ ଦେଇଛନ୍ତି ପରାମର୍ଶ।

ଦୀପିକା ତାଙ୍କ କବିତାର କେତେକ ଲାଇନ୍‌ ସେୟାର କରି ଲେଖିଛନ୍ତି,,,
‘ ଆଇ ଆମ୍‌ ଏ ଚାଇଲ୍ଡ ଉଇଥ୍‌ ଲଭ୍‌ ଏଣ୍ଡ କେୟାର,
ଆଇ ଓ୍ଵଣ୍ଡର ହାଓ ଫାର ଦ ଷ୍ଟାର୍ସ ରିଚ,
ଆଇ ହିୟର ଦା ରସ ଅଫ ଦା ଓ୍ଵଭେସ୍‌…

ଦୀପିକାଙ୍କ ଏହି ପୋଷ୍ଟରେ ଅନେକ କେମେଣ୍ଟ ଆସିଛି। କେହି ଦୀପିକାଙ୍କୁ ଲେଖିକା ବୋଲି କହୁଥିବା ବେଳେ, ଆଉ କେହି ତାଙ୍କ କବିତା ଲେଖିବାର ଶୈଳୀକୁ ପ୍ରଶଂସା କରିଥିଲେ। ଦୀପିକା ଶେଷଥର ପାଇଁ ‘ପଦ୍ମାବତ୍‌’ ସିନେମାରେ ନଜର ଆସିଥିଲେ। ଏହି ସିନେମାରେ ତାଙ୍କ ଅଭିନୟ ଖୁବ୍‌ ଜୀବନ୍ତ ଥିଲା, ଯାହା କି ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲା।

ଦୀପିକା ଖୁବ୍‌ ଶୀଘ୍ର ବିଶାଳ ଭରତ୍‌ଓ୍ଵାଜଙ୍କ ସିନେମାର ସୁଟିଂ ଆରମ୍ଭ କରିବେ। ଦୀପିକାଙ୍କ ଏହି ସିନେମାର କାହାଣୀ ସପନା ଦିଦି ଉପରେ ଆଧାରିତ। ସପନା ଦିନି ମୁମ୍ବାଇର ଜଣେ ମାଫିଆ ଥିଲା। ଏହି ସିନେମାରେ ଦୀପିକାଙ୍କ ସହିତ ଅଭିନେତା ଇରଫାନ୍‌ ଖାନ୍‌ ବି ମୁଖ୍ୟ ଭୂମିକାରେ ନଜର ଆସିବେ। ସିନେମାର ନାମ ‘ରାନୀ’ ରଖାଯାଇଛି।

ସମ୍ବନ୍ଧିତ ଖବର