ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଦୀପିକାଙ୍କ ଶାଢ଼ି ବିଜ୍ଞାପନର ପୁରୁଣା ଭିଡିଓ

ମୁମ୍ବାଇ: ବଲିଉଡ୍‌ର ଅନେକ ବଛା ବଛା ନାୟିକାଙ୍କ ମଧ୍ୟରୁ ଦୀପିକା ପାଦୁକୋନ ଅନ୍ୟତମ। ବଲିଉଡ୍‌ରେ ଲୋକପ୍ରିୟ ସାଜିବା ପରେ ଦୀପିକା ଶାଢ଼ି, ଅଳଙ୍କାର ଆଦି ବିଭିନ୍ନ ବିଜ୍ଞାପନରେ ନଜର ଆସିଛନ୍ତି।

ନିକଟରେ ଦୀପିକାଙ୍କର ଦୁଇଟି ବିଜ୍ଞାପନର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ତାହା ଖୁବ୍ ପୁରୁଣା। ମାତ୍ର ହୁଏତ ଭିଡିଓ ଦ୍ବୟକୁ ଦୀପିକାଙ୍କର ବଡ଼ ବଡ଼ ପ୍ରଶଂସକମାନେ ଦେଖି ନଥିବେ। ଦୁଇଟି ଯାକ ମାଲାୟଲମ୍‌ ଶାଢ଼ି ବିଜ୍ଞାପନର ଭିଡିଓ। ଭିଡିଓ ଦ୍ବୟ ପ୍ରାୟ ୧୦ ବର୍ଷ ତଳର ପୁରୁଣା।

ଗୋଟାଏ ଭିଡିଓରେ ଦୀପିକା ଏକ ଆଧୁନିକା ଝିଅ ଭାବେ ନଜର ଆସିଛନ୍ତି। ସେ ବିଭିନ୍ନ ପ୍ରକାରର ଆଧୁନିକା ପୋଷାକ ପିନ୍ଧୁଛନ୍ତି। ତାଙ୍କୁ ଜଣେ ଯୁବକ ପସନ୍ଦ କରିବା ପରେ ବିଭିନ୍ନ ପୋଷାକରେ ଦୀପିକାଙ୍କୁ କଳ୍ପନା କରୁଛନ୍ତି। ତାପରେ ଯୁବକଙ୍କ ମାଆ ଦୀପିକା ଶାଢ଼ିରେ ସୁନ୍ଦର ଦିଶିବେ ବୋଲି ପରାମର୍ଶ ଦେବା ପରେ ଉଭୟ ମାଆ ଓ ପୁଅ ଶାଢ଼ି ଧରି ଯାଇ ଦୀପିକାଙ୍କ ଘରେ ପହଞ୍ଚୁଛନ୍ତି।

ଦ୍ବତୀୟ ଭିଡିଓଟି ବି ଏକ ଶାଢ଼ି ବିଜ୍ଞାପନର। ସେଥିରେ ଦେଖିବାକୁ ମିଳିଛି ଦୀପିକା ବାହା ‌ହୋଇ ଶାଶୂ ଘରକୁ ଆସିଛନ୍ତି ଓ ପ୍ରତ୍ୟେକ ମୁହୂର୍ତ୍ତରେ ସେ ନିଜ ବାପାମାଆଙ୍କୁ ମନେ ପକାଇ ଝୁରି ହେଉଛନ୍ତି। ତାଙ୍କ ସ୍ବାମୀ ତାଙ୍କୁ ଖୁସି କରିବାକୁ ଯାଇ ଦୀପିକାଙ୍କ ମାଆବାପାଙ୍କୁ ତାଙ୍କ ନିଜ ଘରକୁ ଡାକିଛନ୍ତି। ଦୀପିକା ତାଙ୍କ ନୂଆ ଘରେ ନିଜ ବାପାମାଆଙ୍କୁ ଦେଖି ଖୁବ୍ ଖୁସି ହୋଇ ଯାଉଛନ୍ତି।

ସମ୍ବନ୍ଧିତ ଖବର