ଦୀପ୍‌-ବୀର ରଚିବେ ଇତିହାସ: ଦୁନିଆର କୌଣସି ବର-ବଧୂ କରି ନ ଥିବା କାମ କରିବାକୁ ଯାଉଛନ୍ତି ବାଜିରାଓ-ମସ୍ତାନି !

ମୁମ୍ବାଇ : ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର ସିଂହ ବିବାହକୁ ନେଇ ଏବେ ସମସ୍ତେ ଚର୍ଚ୍ଚା କରିବାରେ ଲାଗିଛନ୍ତି । ବିବାହରେ ଉତ୍ସବକୁ କେତେ ଭିନ୍ନ ଭାବରେ ଦୁହେଁ ପାଳନ କରିବେ ତାହା ଦେଖିବା ପାଇଁ ଦୁହିଁଙ୍କ ପ୍ରଶଂସକଙ୍କ ମନରେ ଉତ୍ସାହ ବଢ଼ି ଚାଲିଛି । ପୂର୍ବରୁ ତାଙ୍କ ବିବାହ ଉତ୍ସବକୁ ଅତିଥିମାନଙ୍କୁ ଫୋନ ଆଣିବାର ଅନୁମତି ମିଳିବ ନାହିଁ ବୋଲି ଜଣାଇଥିବା ବେଳେ ଏବେ ଆଉ ଏକ ବଡ଼ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଏହା ବୋଧହୁଏ ଦୁନିଆର କୌଣସି ସେଲିବ୍ରିଟିଙ୍କ ବିବାହରେ ଏ ପର୍ଯ୍ୟନ୍ତ ହୋଇ ନାହିଁ ।

ସୂଚନା ମୁତାବକ, ବିବାହ ଉତ୍ସବରେ ରୋଷେଇ କରିବା ପାଇଁ ଆସୁଥିବା ସେଫ୍‌ଙ୍କୁ ଦୀପ୍‌-ବୀର ଏକ ବଣ୍ଡ ସାଇନ୍‌ କରାଇଛନ୍ତି । ସାଇନ୍‌ କରାଇଥିବା ବଣ୍ଡ ଅନୁଯାୟୀ,ଏହି ବିବାହରେ ଅତିଥିମାନଙ୍କ ପାଇଁ ଯେଉଁ ସବୁ ଖାଦ୍ୟ ପ୍ରସ୍ତୁତ କରାଯିବ, ସେ ସବୁ ଖାଦ୍ୟ ସେଫ୍‌ ଆଉ କେଉଁ ବିବାହରେ ତିଆରି କରିବେ ନାହିଁ। ଯଦି ଏପରି ହେଉଛି ତେବେ ଦୀପ୍‌-ବୀରଙ୍କ ବିବାହ ଏ କ୍ଷେତ୍ରରେ ଇତିହାସ ରଚିବ । ଦୁହିଁଙ୍କ ବିବାହ ନଭେମ୍ବର ୧୪-୧୫ରେ ହେବାକୁ ଥିବା ବେଳେ ଏ ମଧ୍ୟରେ ଆଉ କେଉଁ କେଉଁ ନୂଆ ଜିନିଷ କରି ସେ ନିଜ ପ୍ରଶଂସକମାନଙ୍କୁ ଝଟ୍‌କା ଦେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର