‘ବିବାହରେ ନିଶ୍ଚୟ ଯୋଗଦେବେ, ଆପଣ ନଥିଲେ ଏ ଭଲ ପାଇବା ନ ଥାନ୍ତା’,ଜାଣନ୍ତୁ କାହାକୁ ବିବାହର କାର୍ଡ ଦେଇ ଏପରି କହିଲେ ରଣବୀର ସିଂହ

ମୁମ୍ବାଇ : ବଲିଉଡ୍‌ର ଦୁଇ ସୁପରଷ୍ଟାର ରଣବୀର ସିଂହ ଏବଂ ଦୀପିକା ପାଦୁକୋନ ନଭେମ୍ବର ୧୪-୧୫ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଦିନ ପାଖେଇ ଆସୁଥିବା ବେଳେ ବିବାହ ପ୍ରସ୍ତୁତିରେ ଜୋରସୋରରେ ଲାଗି ପଡ଼ିଛନ୍ତି ଦୁଇ କଳାକାର । ନିମନ୍ତ୍ରଣ ପତ୍ର ବଣ୍ଟା ଆରମ୍ଭ ହୋଇ ସାରିଥିବା ବେଳେ ଦୀପ୍‌-ବୀର ନିର୍ଦ୍ଦେଶକ ସଂଜୟ ଲୀଲଶ ଭଂସାଲିଙ୍କୁ ନିମନ୍ତ୍ରଣ କରିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ ବୋଲି ଜଣା ପଡ଼ିଛି । ନିମନ୍ତ୍ରଣ ପତ୍ର ଦେବା ସମୟରେ ୩ ଜଣ ନିଜ ନିଜର ପୁରୁଣା ସ୍ମୃତିକୁ ମନେ ପକାଇଥିଲେ ।

India Today

ରାମ୍‌ଲୀଲାରୁ ଆରମ୍ଭ ହୋଇଥିବା ଭଲ ପାଇବା ବିବାହରେ ଶେଷ ହେବ ବୋଲି କେହି ଜାଣି ନଥିଲେ । ଯଦି ଆପଣ ନ ଥାନ୍ତେ,ତେବେ ଭଲ ପାଇବା ବୋଧହୁଏ କେବେ ହୋଇ ପାରି ନଥାନ୍ତା । ବିବାହରେ ନିଶ୍ଚୟ ଯୋଗ ଦେବେ । ସମସ୍ତେ ସେଠାରେ ଆପଣଙ୍କୁ ଦେଖିବାକୁ ଚାହାନ୍ତି ବୋଲି ରଣବୀର ନିର୍ଦ୍ଦେଶକ ଭଂସାଲିଙ୍କୁ କହିଥିଲେ । ତେବେ ରଣବୀରଙ୍କ ନିମନ୍ତ୍ରଣ ପରେ କେବେ କୌଣସି ପାର୍ଟିରେ ଯୋଗ ଦେଉ ନଥିବା ଭଂସାଲି ବିବାହରେ ଯୋଗ ଦେବେ କି ନାହିଁ,ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର