ରଣବୀରଙ୍କୁ ଚୁମ୍ବନରେ ପୋତି ଦେଲେ ଦୀପିକା, କହିଲେ ବିଶ୍ବର ସବୁଠାରୁ ବ୍ୟଙ୍ଗାତ୍ମକ ମୁହଁ

ମୁମ୍ବାଇ: ଦୀପିକା ପାଦୁକୋନ ଓ ରଣବୀର ସିଂହ ବଲିଉଡ୍‌ର ଅନ୍ୟତମ ରୋମାଣ୍ଟିକ୍‌ ଯୋଡ଼ି। ଏହି ଦୁଇ ଜଣ ଅନେକ ସମୟରେ ନିଜ ନିଜ ବ୍ୟକ୍ତିଗତ ବ୍ୟାପାରକୁ ସେମାନଙ୍କ ପ୍ରଶଂସକମାନଙ୍କ ସହ ବାଣ୍ଟି ଚର୍ଚ୍ଚାରେ ରହିଥାନ୍ତି। ଏବେ କରୋନା ଭାଇରସ୍‌ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ହେତୁ ଦୀପବୀର ନିଜେ ନିଜେ ସେଲ୍‌ଫ ଆସୋଲେସନ୍‌ରେ ଅଛନ୍ତି। ସଂପ୍ରତି ସେମାନେ ମୁମ୍ବାଇରେ ଥିବା ସେମାନଙ୍କ ପ୍ରଭାବତୀ ଆପାର୍ଟମେଣ୍ଟ୍‌ରେ ରହୁଛନ୍ତି। ବଲିଉଡ୍‌ର ଏହି ରୋମାଣ୍ଟିକ୍‌ ଯୋଡ଼ି ଘରେ ରହି ସେମାନଙ୍କର ଲକ୍‌ଡାଉନ ସମୟ କିପରି କାଟୁଛନ୍ତି ତାହା ଜାଣିବାର ଇଚ୍ଛା ତ ଆପଣଙ୍କର ନିଶ୍ଚୟ ଥିବ।

ରବିବାର ଅଭିନେତ୍ରୀ ଦୀପିକା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ମଜାଦାର୍‌ ଭିଡିଓ ସେୟାର୍‌ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ଦୀପିକା ରଣବୀରଙ୍କ ଗାଲରେ ଚୁମ୍ବନ ଉପରେ ଚୁମ୍ବନ ଲଦି ଦେଉଛନ୍ତି। ଭିଡିଓ ସେୟାର୍‌ କରି ସେ ଲେଖିଛନ୍ତି, ‘ବିଶ୍ବର ସବୁଠାରୁ ବ୍ୟଙ୍ଗାତ୍ମକ‌ ମୁହଁ’।…

 

 

View this post on Instagram

 

World’s Most Squishable Face!!!🌈 #cutie @ranveersingh

A post shared by Deepika Padukone (@deepikapadukone) on

ଉଲ୍ଲେଖଯୋଗ୍ୟ, ଦୀର୍ଘ ୬ ବର୍ଷ କାଳ ପ୍ରେମ ସଂପର୍କରେ ରହିବା ପରେ ଶେଷରେ ରଣବୀର ଓ ଦୀପିକା ୨୦୧୮ ନଭେମ୍ବର ମାସରେ କୋନ୍‌କନି ଶୈଳୀରେ ପରସ୍ପରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନଙ୍କ ବିବାହ ଇଟାଲୀରେ ହୋଇଥିଲା। ସେମାନଙ୍କ ବିବାହରେ କେବଳ ପରିବାର ସଦସ୍ୟ ଓ ବନ୍ଧୁବାନ୍ଧକଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବିବାହକୁ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଛଡ଼ା ଯାଇ ନଥିଲା। ଏପରିକି ବିବାହର ଅନେକ ଦିନ ପରେ ଦୀପିକା ଓ ରଣବୀରଙ୍କ ଫଟୋ ଭାଇରାଲ୍‌ ହୋଇଥିଲା।

 

ସମ୍ବନ୍ଧିତ ଖବର