ଦୀପବୀର ସେୟାର କଲେ ନିଜର ମେହେନ୍ଦୀ-ହଳଦୀ ଓ ବିବାହ ଫଟୋ

ମୁମ୍ବାଇ: ରଣବୀର ସିଂହ ଓ ଦୀପିକା ପାଦୁକୋନ ଏବେ ପତି-ପତ୍ନୀ। ଇଟାଲିର ଲେକ୍‌ କୋମୋ ସହରରେ ସେମାନଙ୍କର କୋଙ୍କଣ ରୀତି ଅନୁସାରେ ବିବାହ ସଂପନ୍ନ ହୋଇଥିଲା। ଏହି ଦୁଇ ସୁପଷ୍ଟାର ଗତ ୬ ବର୍ଷ ହେଲା ପରସ୍ପରଙ୍କୁ ଡେଟିଂ କରୁଥିବା ବେଳେ ଚଳିତବର୍ଷ ଅକ୍ଟୋବରରେ ନିଜ ସଂପର୍କକୁ ନେଇ ଖୁଲାସା କରିଥିଲେ। ତେବେ ରଣବୀର ଦୀପିକାଙ୍କ ବିବାହର ସ୍ୱତନ୍ତ୍ରତା ଥିଲା କି ତାଙ୍କ ବିବାହ ସ୍ଥାନକୁ ଜଣକୁ ହେଲେ ବି କ୍ୟାମେରା କିମ୍ବା ମୋବାଇଲ୍‌ କ୍ୟାମେରା ବ୍ୟବହାର କରିବାର ଅନୁମତି ନଥିଲା। ନିମନ୍ତ୍ରିତ ସମସ୍ତ ଅତିଥି ନିଜ ମୋବାଇଲ କ୍ୟାମେରାରେ ଷ୍ଟିକର୍‌ ଲଗାଇ ଭିତରକୁ ଆସିବାର ବନ୍ଦୋବସ୍ତ କରାଯାଇଥିଲା।

ବିବାହ ପରେ ଦୀପବୀରଙ୍କ ନିଜ ଦୁଇଟି ଫଟୋ ପୋଷ୍ଟ କରିଥିଲେ। ଯାହା ସମସ୍ତଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ତେବେ ମଙ୍ଗଳବାର ଦୀପବୀରଙ୍କ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟାଇ ନିଜ ବିବାହ ଫଟୋକୁ ସେୟାର କରିଛନ୍ତି। ଫଟୋରେ ଦୀପବୀର ବହୁତ ଖୁସି ଥିବା ନଜର ଆସୁଛନ୍ତି। ଦୁହେଁ ନିଜର ହଳଦୀ ଓ ମେହେନ୍ଦୀର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଦୁହେଁ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି। ସେହିପରି କୋଙ୍କଣ ଓ ସିନ୍ଧି ରୀତିରେ ବିବାହ ଫଟୋ ବି ପୋଷ୍ଟ କରିଛନ୍ତି ଦୁହେଁ।

ସମ୍ବନ୍ଧିତ ଖବର