‘ପଦ୍ମାବତୀ’ ସଂପର୍କରେ ଖୁଲାସା କଲେ ଦୀପିକା

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ସଞ୍ଜୟଲୀଲା ଭଂସାଲୀଙ୍କ ‘ପଦ୍ମାବତୀ’ ଏବେ ବି ବିବାଦରୁ ପୂରାପୂରି ଭାବେ ମୁକୁଳି ପାରିନି। ଐତିହ୍ୟର ସମ୍ମାନ କରୁଥିବା ଅନେକ ରାଜପୁତ ସଂଗଠନ ଚଳଚ୍ଚିତ୍ର ବନ୍ଦ କରିବା ନେଇ ଏବେ ବି ଉଦ୍ୟମରତ। ଏପରିକି ସଞ୍ଜୟଲୀଲା ଭଂସାଲି ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମୁଣ୍ଡକାଟ କଲେ ୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷିତ ହେବା କଥା ମଧ୍ୟ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହାଛଡ଼ା ସୋମବାର ମଧ୍ୟପ୍ରଦେଶ ସରକାର ଚଳଚ୍ଚିତ୍ରଟି ଉପରେ ନିଶେଦ୍ଧାଦେଶ ଜାରି କରିଛନ୍ତି। ଚଳଚ୍ଚିତ୍ରଟି ବିବାଦରେ ଘେରି ହୋଇ ରହିଥିବା ବେଳେ କିନ୍ତୁ ଚଳଚ୍ଚିତ୍ରକୁ ନେଇ ଗର୍ବ ଅନୁଭବ କରୁଛନ୍ତି ଅଭିନେତ୍ରୀ ଦୀପିକା। ତେବେ, ନିକଟରେ ଏକ ସାକ୍ଷାତ୍‌କାରରେ ଦୀପିକା ଚଳଚ୍ଚିତ୍ର ସଂପର୍କରେ ଅନେକ କଥା କହିଛନ୍ତି।

ସେ କହିଛନ୍ତି ‘ପଦ୍ମାବତୀ’ ଏକ ଉତ୍କଷ୍ଟ ଧରଣର ନାରୀ କୈନ୍ଦ୍ରିକ ଚଳଚ୍ଚିତ୍ର। ପୂର୍ବରୁ ମୁଁ ଅନେକ ନାରୀ କୈନ୍ଦ୍ରିକ ଚଳଚ୍ଚିତ୍ର କରିଥିଲେ ବି ‘ପଦ୍ମାବତୀ’ ଖୁବ୍‌ ସ୍ୱତନ୍ତ୍ର।

ବଲିଉଡ୍‌ ସୁନ୍ଦରୀ ଦୀପିକା ଆହୁରି ବି କହିଛନ୍ତି କି ଏବେ ପିଢ଼ିର ପିଲାମାନେ ରାଣୀ ପଦ୍ମିନୀଙ୍କ ସାହସରୁ ପ୍ରେରିତ ହୁଅନ୍ତୁ। ପଦ୍ମାବତୀ ଚରିତ୍ରଟି ଆକର୍ଷକ ଏବଂ ସଶକ୍ତ।

ପଦ୍ମାବତୀ ଚରିତ୍ରଟି ଅଭିନେତ୍ରୀ ଦୀପିକାଙ୍କୁ ଖୁବ୍‌ ପ୍ରଭାବିତ କରିଛି। ରାଣୀ ପଦ୍ମିନୀଙ୍କ ପରି ଅନୁଭବ ପାଇବା ପାଇଁ ତାଙ୍କୁ ପୁନର୍ଜନ୍ମ ନେବାକୁ ହେବ ବୋଲି ସେ କହିଛନ୍ତି।

ଚଳଚ୍ଚିତଟ୍ରଟିକୁ ନେଇ ଆମର ସଂପୂର୍ଣ୍ଣ କ୍ରିଉ ମେମ୍ବର ଉତ୍ସାହିତ। ଯେପର୍ଯ୍ୟନ୍ତ ମନ ଠିକ ଅଛି ସେ ପର୍ଯ୍ୟନ୍ତ ଚଳଚ୍ଚିତ୍ରଟିକୁ କେହି ରୋକିପାରିବେ ନାହିଁ।

ଚଳଚ୍ଚିତ୍ରଟିକୁ ନେଇ ଉପୁଜିଥିବା ବିବାଦ ସଂପର୍କରେ ସେ କହିଛନ୍ତି କି ଯଦି ଚଳଚ୍ଚିତ୍ରଟିରେ ପ୍ରେମ ଓ ଏକତା ଭାବ ପଦର୍ଶିତ କରାଯାଇଛି, ତେବେ କାହିଁ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ମନୋରଞ୍ଜନ ଦୁନିଆରେ ଭାବ ଅଭିବ୍ୟକ୍ତ କରିବାର ସ୍ୱାଧୀନତା କାହିଁକି ନାହିଁ?

ଦୀପିକା ଯେତେବେଳେ ‘ବାଜିରାଓ ମସ୍ତାନୀ’ ଚଳଚ୍ଚିତ୍ରର ସୁଟିଂ କାମରେ ବ୍ୟସ୍ତ ଥିଲେ େସେ ସମୟରୁ ସଞ୍ଜୟଲୀଲା ଭଂସାଲୀ ତାଙ୍କୁ ପଦ୍ମାବତୀ ଚଳଚ୍ଚିତ୍ର ସଂପର୍କରେ କହିଥିଲେ ବୋଲି ସେ ଜଣାଇଛନ୍ତି।

ଚଳଚ୍ଚିତ୍ରଟି ବିବାଦରେ ଆସିବାର କାରଣ ଅର୍ଥାତ ଚଳଚ୍ଚିତ୍ରରେ ଦୀପିକା ଓ ରଣବୀରଙ୍କ ସଂପର୍କକୁ ନେଇ ଦୀପିକା କହନ୍ତି ଲୋକେ ଯେପରି ଭାବୁଛନ୍ତି, ସେପରି କିଛି ବି ନାହିଁ। ସେ ଦୁହେଁ ଏକତ୍ର ନଜର ଆସିନାହାନ୍ତି। କେବଳ ରାଣୀ ପଦ୍ମିନୀଙ୍କ ଚରିତ୍ରକୁ ଅନୁଭବ କରିଛନ୍ତି।

ସମ୍ବନ୍ଧିତ ଖବର