ଏକ୍ସ ବୟଫ୍ରେଣ୍ଡ୍‌ଙ୍କ ନାଆଁରେ ଥିବା ଟାଟୁକୁ ଲିଭାଇ ନାହାନ୍ତି ଦୀପିକା ପାଦୁକୋନ୍‌

ମୁମ୍ବାଇ: ବଲିଉଡର ହଟ୍‌ ଆକ୍ଟ୍ରେସ୍‌ମାନଙ୍କ ଭିତରୁ ଜଣେ ହେଲେ ଦୀପିକା ପାଦୁକୋନ୍‌ । ସେ ନିଜର ଫିଟ୍‌ନେସ୍‌କୁ ନେଇ ଖୁବ୍‌ କ୍ରେଜି। ଏହି କାରଣରୁ ଦୀପିକା ଅନେକ ସମୟରେ ଚର୍ଚ୍ଚାରେ ରହନ୍ତି।
ନିକଟରେ ଦୀପିକା ପାଦୁକୋନ୍‌ ଜିମ୍‌ରେ ଏକ୍ସରସାଇଜ୍‌ କରିବା ସମୟର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଫଟୋରେ ଦୀପିକାଙ୍କର ବଡି ସହିତ ତାଙ୍କର ଟାଟୁ ମଧ୍ୟ ଶୁଣି ଚର୍ଚ୍ଚାକୁ ଆସିଛି।
ଦୀପିକା ପାଦୁକୋନ୍‌ ଏହି ଟାଟୁ ସେତେବେଳେ ବନାଇଥିଲେ, ଯେତେବେଳେ ସେ ରଣବୀର କପୁରଙ୍କ ସହିତ ରିଲେସନ୍‌ସିପ୍‌ରେ ଥିଲେ। ସେହି ସମୟରେ ରଣବୀର୍‌-ଦୀପିକାଙ୍କ ରୋମାନ୍ସକୁ ନେଇ ହୁଲୁସ୍ତୁଲ ହୋଇଥିଲା ବଲିଉଡ। ଦୀପିକା ପାଦୁକୋନ୍‌ଙ୍କ ଟାଟୁ ହେଲା ଆର୍‌.କେ।
ରଣବୀର କପୁର ଓ ଦୀପିକା ପାଦୁକୋନ୍‌ଙ୍କର କିଛି ମାସ ପରେ ବ୍ରେକ୍‌ଅପ୍‌ ହୋଇଥିଲା। କିନ୍ତୁ ଏବେ ବି ଦୀପିକା ସେହି ଟାଟୁକୁ ଲିଭାଇ ନାହାନ୍ତି। ଏଯାଏଁ ଏକ୍ସ ବୟଫ୍ରେଣ୍ଡ୍‌ ରଣବୀର କପୁରଙ୍କ ନାଆଁରେ ଦୀପିକା ଲେଖିଥିବା ଟାଟୁ ନିଜ ବେକରେ ସଜାଇ ରଖିଛନ୍ତି।

photo-amarujala

କିଛି ଦିନ ତଳେ ଶୁଣିବାକୁ ମିଲିଥିଲା ଯେ ଦୀପିକା ପାଦୁକୋନ୍‌ ନିଜର ଟାଟୁ ହଟାଇବା ଲାଗି ସର୍ଜରି କରାଇଥିଲେ, କିନ୍ତୁ ଏହା ସତ ନ ଥିଲା। ଏହା କେବଳ ଗୁଜବ ଥିଲା। ରଣବୀର କପୁରଙ୍କ ସହ ବ୍ରେକ୍‌ ଅପ୍‌ ହେବା ପରେ ଦୀପିକା ପାଦୁକୋନ୍‌ ରଣବୀର ସିଂହଙ୍କ ସହିତ ରିଲେସନସିପ୍‌ରେ ଅଛନ୍ତି। ଏ ବର୍ଷ ଏ ଦୁହେଁ ବାହା ହେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର