ଝିଅ ବିବାହ ଉତ୍ସବରେ ଯୋଗ ନଦେଇ ବାପାଙ୍କୁ ମାଗିଲେ କ୍ଷମା; ଦୀପିକାଙ୍କର ଏହି ଭିଡିଓ କାହିଁକି ପାଲଟିଲା ଚର୍ଚ୍ଚା?

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ନାୟିକା ଦୀପିକା ପାଦୁକୋନ ଏବେ ପୁଣି ଥରେ ଗଣମାଧମ୍ୟର ଖୋରାକ୍‌ ପାଲଟିଛନ୍ତି। ଚଳିତମାସ କ୍ୟାନିସ୍‌ରେ ଆୟୋଜିତ ହୋଇଥିବା ରେଡ୍‌ କାର୍ପେଟ ଉତ୍ସବରେ ଏବେ ସେ ମୁମ୍ବାଇରେ ନଜର ଆସିଛନ୍ତି। ମୁମ୍ବାଇରେ ଆୟୋଜିତ ହୋଇଥିବା ଏକ ପୁରସ୍କାର ଉତ୍ସବରେ ତାଙ୍କର ଅନୀଲ କପୁର୍‌ଙ୍କ ସହ ଦେଖା ହେବା ପରେ ସେ ତାଙ୍କୁ ଆଲିଙ୍ଗନ କରିବା ସହ ତାଙ୍କ ଝିଅ ସୋନମଙ୍କ ବିବାହରେ ଉପସ୍ଥିତ ରହିପାରିନଥିଲେ ବୋଲି କ୍ଷମା ମାଗିଛନ୍ତି। ଦୀପିକା ଏକ କଳାରଂଗର ପୋଷାକ ପିନ୍ଧି ଚମତ୍କାର ଦିଶୁଛନ୍ତି।

 

ସେହି ଉତ୍ସବର ଦୀପିକା ଓ ଅନିକପୁରଙ୍କର ଉକ୍ତ ଭିଡିଓଟି ଭାଇରାଲ୍‌ ହୋଇ ଇଣ୍ଟରନେଟ୍‌ରେ ଚର୍ଚ୍ଚା ପାଲଟିଛି। ସେହି ଲାଉଡ୍‌ ମିୟୁଜିକ୍‌ ଭିତରେ ଶୁଣିବାକୁ ମିଳୁଛି ଯେ ଅନୀଲ ଦୀପିକାଙ୍କ କହୁଛନ୍ତି, ‘ମୁଁ ତୁମକୁ ମିସ୍‌ କରୁଥିଲି।’ ଦୀପିକା ଉତ୍ତର ଦେଉଛନ୍ତି, ‘ହଁ ମୁ ଜାଣେ। ମୁଁ ସେଥିପାଇଁ ଦୁଃଖିତ। କ୍ୟନିସ୍‌ରେ ଥିବାରୁ ଆସିପାରିଲି ନାହିଁ।’

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ମେ ୮ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୋନମ କପୁର୍‌ ଏବଂ ଆନନ୍ଦ ଆହୁଜା। ତାଙ୍କ ବିବାହ ଉତ୍ସବରେ ଅନେକ ବଲିଉଡ୍‌ ତାରକା ଦେଖିବାକୁ ମିଳିଥିଲେ। ମାତ୍ର ବିଦେଶରେ ଥିବା ହେତୁ ଦୀପିକା ଏହି ଉତ୍ସବରେ ନଜର ଆସିନଥିଲେ। ୂ

ସମ୍ବନ୍ଧିତ ଖବର