ଟୁଇଟ୍ରରେ ରଣବୀରଙ୍କୁ ଟ୍ୟାଗ୍ କରି ଦୀପିକାଙ୍କ ଏକ ରାଜ୍ ଖୋଲିଲେ ଅଭିନେତ୍ରୀ ରବିନା ଟଣ୍ଡନ୍
ମୁମ୍ବାଇ : ଗତ ନଭେମ୍ବର ୧୪-୧୫ରେ ଆନୁଷ୍ଠାନିକ ଭାବରେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ବଲିଉଡ୍ର ବାଜିରାଓ-ମସ୍ତାନି । ବିବାହ ସମୟରେ ଦୁହିଁଙ୍କ ଫଟୋକୁ ସେୟାର କରାଯାଇ ନ ଥିବା ବେଳେ ବିବାହ ପରେ ପରେ ଦୁହେଁ ପରସ୍ପରର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଯାହା ପରେ ସେମାନଙ୍କ ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବିବାହ ପରେ ଅନେକ ବଲିଉଡ୍ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଅଭିନେତ୍ରୀ ରବିନା ଟଣ୍ଡନ ମଧ୍ୟ ଏକ ଭିନ୍ନ ଅନ୍ଦାଜରେ ଦୁହିଁଙ୍କୁ ବିବାହର ଶୁଭେଚ୍ଛା ଜଣାଇଥିବା ଦେଖାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
Touch wood ! Soo happy! letting you in a secret @RanveerOfficial ,on a long chatty flight with @deepikapadukone a couple of years ago,she said “Ranveer makes me feel I’m home “ I’ll never forget those words,and truly she looks like she’s Home.Godbless you both ❤️❤️❤️? https://t.co/ahSLnAmSIR
— Raveena Tandon (@TandonRaveena) 20 November 2018
ଟୁଇଟ୍ କରି ସେ ଦୁହିଁଙ୍କ ପାଇଁ ଖୁସିଥିବା ଲେଖିବା ସହ ଦୀପିକା ତାଙ୍କୁ ରଣବୀରଙ୍କୁ ନେଇ କହିଥିବା ଏକ କଥା ବିଷୟରେ ଲେଖିଥିଲେ । ରଣବୀରଙ୍କୁ ଟ୍ୟାଗ୍ କରି “କିଛି ବର୍ଷ ତଳେ ମୁଁ ଏବଂ ଦୀପିକା ସମାନ ବିମାନରେ ଯାତ୍ରା କରୁଥିଲୁ । ସେ ସମୟରେ ସେ ମୋତେ କହିଥିଲେ ରଣବୀର ମୋତେ ଏଭଳି ଅନୁଭବ କରାନ୍ତି, ଯେମିତି କି ମୁଁ ଘରେ ଅଛି । ମୁଁ କେବେ ହେଲେ ଦୀପିକାଙ୍କ ସେ କଥା ଭୁଲି ପାରିବି ନାହିଁ । ବିବାହ ସମୟର ଫଟୋ ଦେଖି ସେ କହିଥିବା କଥା ସତ ବୋଲି ପ୍ରମାଣ ମଧ୍ୟ ହୋଇଛି । ଭଗବାନ ତୁମ ଦୁହିଁଙ୍କୁ ଆର୍ଶୀବାଦ କରନ୍ତୁ” ବୋଲି ଲେଖି ଟ୍ଵିଟ୍ କରିଥିଲେ ।