ଝିଅ ସାରା ପାଇଁ ଏହି ଦାବି କଲେ ଅମ୍ରିତା ସିଂ

ବଲିଉଡ଼ର ନବାଗତା ନାୟିକା ସାରା ଅଲ୍ଲି ଖାନ୍‌ଙ୍କର ଡେବ୍ୟୁ ଫିଲ୍ମ ‘କେଦାରନାଥ’ ରିଲିଜ୍‌ ନ ହେବା ଆଗରୁ ତାଙ୍କୁ ମିଳିଛି ଆଉ ଏକ ଫିଲ୍କରେ ରୋଲ୍‌ । ହଁ ସାରା ଏବେ ରୋହିତ ସେଟ୍ଟିଙ୍କ ସିମ୍ବାରେ ରଣବୀର ସିଂଙ୍କ ବିପକ୍ଷରେ ନଜର ଆସିବେ ।
ସିମ୍ବା ହେଉଛି ବ୍ଲକବ୍ଲାଷ୍ଟର ସାଉଥ୍‌ ଫିଲ୍କ ଟେମ୍ପରର ହିନ୍ଦି ରିମେକ୍‌ । ଏହି ଫିଲ୍କଟି ଓରିଜିନାଲ ଭର୍ସନ ଠାରୁ ଟିକେ ଅଲଗା ହେବା ବୋଲି ଜଣାପଡ଼ିଛି । ଏପରି ହେବା ପଛରେ ସାରାଙ୍କ ମା ଅମ୍ରିତା ସିଂଙ୍କ ହାତ ଅଛି ବୋଲି ଚର୍ଚ୍ଚା ହୋଉଛି।
ଅମ୍ରିତା ସିଂ ଓରିଜିନାଲ ଫିଲ୍କ ଦେଖିବା ପରେ ଅନୁଭବ କଲେ ଯେ ଏଥିରେ ହିରୋଇନର ରୋଲ ଖୁବ୍‌ ଛୋଟ । ତା’ଛଡ଼ା ଏହା ଏକ ହିରୋର କାହାଣୀ ଉପରେ ଆଧାରିତ ସିନେମା । ମା ଅମ୍ରିତା ଭାବିଛନ୍ତି ଝିଅ ଉପରେ ରଣବୀର ସିଂ ଭାରି ନପଡ଼ନ୍ତୁ। ଏହି ଫିଲ୍କଟିରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ରହିଛି।

India TV

ଏହି କାରଣରୁ ସିମ୍ବାର କାହାଣୀ ଓ ଚିତ୍ରନାଟ୍ୟ ପୁଣି ଥରେ ଲେଖାଯାଉଛି। ମା ଅମ୍ରିତା ସିଂଙ୍କ ଡ଼ିମାଣ୍ଡ ଅନୁଯାୟୀ କେତେକ ପରିବର୍ତ୍ତନ କରାଯାଉଛି। ପ୍ରଯୋଜକ କରଣ ଜୋହର ଏବଂ ନିର୍ଦ୍ଦେଶକ ରୋହିତ ସେଟ୍ଟି ମଧ୍ୟ ଚାହୁଁଛନ୍ତି କି , ସିମ୍ବା କେବଳ ରଣବୀର ସିଂ ଙ୍କ ଫିଲ୍ମ ନହେଉ ଏଥିରେ ସାରା ଅଲ୍ଲୀ ଖାନଙ୍କୁ ଉପଯୁକ୍ତ ସମ୍ନାନ ମିଳୁ ।

ସମ୍ବନ୍ଧିତ ଖବର