ଦେଖିବାକୁ ମିଳିଲା ଜାହ୍ନବୀ ଏବଂ ଇଶାନଙ୍କ ରାଜସ୍ଥାନୀ ରୂପ : ରିଲିଜ୍‌ ହେଲା ‘ଧଡ଼କ୍‌’ ଟ୍ରେଲର୍‌

ମୁମ୍ବାଇ: ଦର୍ଶକଙ୍କ ବହୁ ଦିନର ଅପେକ୍ଷାର ଅନ୍ତ ଘଟିଛି। ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଏବଂ ସାହିଦ୍‌ କପୁରଙ୍କ ସାନଭାଇ ଇଶାନ୍‌ ଖଟ୍ଟରଙ୍କ ବଲିଉଡ୍‌ ଡ଼େବ୍ୟୁ ଚଳଚ୍ଚିତ୍ର ‘ଧଡ଼କ’ର ଟ୍ରେଲର୍‌ ସୋମବାର ରିଲିଜ୍‌ ହୋଇଛି। ଧଡ଼କ୍‌ ଚଳଚ୍ଚତ୍ରଟି ଧର୍ମା ପ୍ରଡ଼କ୍ସନ୍‌ ବ୍ୟାନରରେ ର୍ନିମିତ ହୋଇଥିବା ବେଳେ ଏହା ସୁପରହିଟ୍‌ମରାଠୀ ଚଳଚ୍ଚିତ୍ର ‘ସାଇରତ୍‌’ର କାହାଣୀ ଉପରେ ଆଧାରିତ। ତେବେ ଦୁଇ ନବାଗତ କଳାକାରଙ୍କୁ ଏହି ଚଳଚ୍ଚିତ୍ରର ଟ୍ରେଲର୍‌ରେ ରାଜସ୍ଥାନୀ ଲୁକ୍‌ ସହ ରାଜସ୍ଥାନୀ ଭାଷାରେ ସଂଳାପ କହୁଥିବାର ଦେଖିବାକୁ ମିଳିଛି।

ଜାହ୍ନବୀ କପୁର ଏବଂ ଇଶାନ୍‌ ଖଟ୍ଟର ଚଳଚ୍ଚିତ୍ରର ସୁଟିଂ ଆରମ୍ଭରୁ ହିଁ ମିଡ଼ିଆରେ ଚର୍ଚ୍ଚାରେ ରହି ଆସିଛନ୍ତି । ତେବେ ଏହି ଚଳଚ୍ଚିତ୍ରଟି ଜାହ୍ନବୀଙ୍କ ପ୍ରଥମ ଚଳଚ୍ଚିତ୍ର ହୋଇଥିବା ବେଳେ ଇଶାନ ଏହା ପୂର୍ବରୁ ‘ବିୟଣ୍ଡ ଦ କ୍ଲାଉଡ଼୍ସ’ ଚଳଚ୍ଚିତ୍ର ଜରିଆରେ ଇଣ୍ଡଷ୍ଟ୍ରିରେ ପାଦ ରଖିସାରିଛନ୍ତି । ଟ୍ରେଲର୍‌ରେ ଦୁଇ କଳାକାରଙ୍କ ମଧ୍ୟରେ ଭରପୂର କେମେଷ୍ଟ୍ରି ଦେଖିବାକୁ ମିଳିଥିବା ବେଳେ ଏହା ଜୁଲାଇ ୨୦ ତାରିଖରେ ରିଲିଜ୍‌ ହେବାକୁ ଯାଉଛି। ଦୁହିଁଙ୍କ ଚଳଚ୍ଚିତ୍ରର ଟ୍ରେଲର୍‌ ରିଲିଜ୍‌ ଅବସରରେ ଅନେକ ଶୁଭେଚ୍ଛା ବଲିଉଡ୍‌ର ବିଭିନ୍ନ କଳାକାର ଦେଇଥିବାର ଦେଖିବାକୁ ମିଳିଛି। ତେବେ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦାୟିତ୍ୱରେ ଶଶାଙ୍କ ଖୈତାନ୍‌ ରହିଥିବା ବେଳେ ପ୍ରଯୋଜନା କରିିଛନ୍ତି କରଣ ଜୋହର ।

ସମ୍ବନ୍ଧିତ ଖବର