ଜାହ୍ନବୀ କପୁର୍‌ଙ୍କୁ କ୍ଷମା ମାଗିଲେ ସାବତ ଭାଇ ଅର୍ଜୁନ କପୁର , ଜାଣନ୍ତୁ କାରଣ କ’ଣ

ମୁମ୍ବାଇ: ନିଜର ପ୍ରଥମ ସିନେମାକୁନେଇ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ କନ୍ୟା ତଥା ନାୟିକା ଜାହ୍ନବୀ କପୁର୍‌ ବେଶ୍‌ ଉତ୍ସାହିତ ଅଛନ୍ତି। ସେ ନିକଟରେ ତାଙ୍କର ଡ଼େବ୍ୟୁ ଫିଲ୍ମ ହେଲା ‘ଧଡ଼କ୍‌’ ।ଏହି ଫିଲ୍ମରେ ଜାହ୍ନବୀ ଇଶାନ୍‌ ଖଟ୍ଟରଙ୍କ ଅପୋଜିଟ୍‌ରେ ନଜର ଆସିବେ । ଆଜି ଏହି ସିନେମାର ଟ୍ରେଲର୍‌ ରିଲିଜ୍‌ ହେଉଛି।
‘ଧଡ଼କ୍‌’ର ଟ୍ରେଲର୍‌ ରିଲିଜ୍‌ ହେବା ଆଗରୁ ଜାହ୍ନବୀ କପୁରଙ୍କୁ କ୍ଷମା ମାଗିଲେ ସାବତ ଭାଇ ଅର୍ଜୁନ କପୁର।

ସେ ଟ୍ଵିଟରରେ ଲେଖିଛନ୍ତି ‘ ମୁଁ ତୁମ ପ୍ରଥମ ସିନେମାର ଟ୍ରେଲର ଲଞ୍ଚ ବେଳେ ପାଖରେ ନଥିବା ହତୁ କ୍ଷମା ମାଗୁଛି। ମୁଁ ଆଶା କରୁଛି ତୁମକୁ ଏବଂ ଇଶାନ୍‌ ଖଟ୍ଟରଙ୍କୁ ନିର୍ଦ୍ଦେଶକ ଶଶାଙ୍କ ଖୈତାନ୍‌ ଏବଂ ନିର୍ମାତା କରଣ ଜୋହର୍‌ ରୋମିଓ ଜୁଲିଅଟଙ୍କ ଭଳି ପେଶ୍‌ କରିଥିବେ। ଅଭିନୟ ଏକ ଭଲ ବୃତ୍ତି। କିନ୍ତୁ ନିଜର ପରିଶ୍ରମ , କାମ ପ୍ରତି ସମର୍ପଣ ଭାବନା ଏବଂ ସମସ୍ତଙ୍କ ବିଚାରକୁ ସମ୍ମାନ ଦେବାକୁ ପଡ଼ିବ। ମୁଁ ଜଣେ ଏହା କଷ୍ଟକର କିନ୍ତୁ ତୁମେ ତାହା ପାରିବ ।ମୁଁ ତୁମକୁ ଶୁଭେଚ୍ଛା ଜଣାଉଛି।’ ଏହି ପୋଷ୍ଟ ସହିତ ଅର୍ଜୁନ କପୁର ନିଜର ତିନି ଭଉଣୀ ଅଂଶୁଳା,ଖୁସୀ ଏବଂ ଜାହ୍ନବୀ କପୁର ଏକ ଫଟୋ ବି ସେଆର୍‌ କରିଛନ୍ତି।

ସମ୍ବନ୍ଧିତ ଖବର