ବଲିଉଡରେ ସଂଘର୍ଷ ସମୟର ଏହି ଭଉଣୀଙ୍କୁ ମନେ ପକାଇଲେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର

ମୁମ୍ୱାଇ : ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଯେତେବେଳେ ସିନେ ଜଗତରେ ପ୍ରବେଶ କରିବାଲାଗି ସଂଘର୍ଷ କରୁଥିଲେ ସେତେବେଳେ ତାଙ୍କର ରହିବାଲାଗି ଜାଗା ନଥିଲା। ତାଙ୍କ ପାଖରେ ଘର ଭଡ଼ା ନେବାଲାଗି ବି ଟଙ୍କା ନଥିଲା। ଏଭଳି ପରିସ୍ଥିତିରେ ଜଣେ ମହିଳା ତାଙ୍କୁ ନିଜର ବାଲକୋନିରେ ରହିବାଲାଗି ଅନୁମତି ଦେଇଥିଲେ। ସେହି ଭଉଣୀ ତାଙ୍କୁ ରାକ୍ଷୀ ବି ବାନ୍ଧୁଥିଲେ।

ଏକଥାକୁ ମନେ ପକାଇ ସୋଶାଲ୍ ମିଡିଆରେ ଧର୍ମେନ୍ଦ୍ର ଭାବପ୍ରବଣ କଥା ସେଆର୍ କରନ୍ତି। ତାଙ୍କ ଟୁଇଟର ଆକାଉଣ୍ଟରେ ଏଭଳି କିଛି ଦେଖିବାକୁ ମିଳିଛି। ସେ ତାଙ୍କ ପୁରୁଣା ଦିନର ଏକ ଫଟୋ ପୋଷ୍ଟ୍ କରିଛନ୍ତି, ଯେଉଁଥିରେ ଜଣେ ମହିଳା ତାଙ୍କୁ ରାକ୍ଷୀ ବାନ୍ଧି ଦେଉଛନ୍ତି। ସେ ତାଙ୍କ ନିଜ ରକ୍ତର ଭଉଣୀ ନୁହନ୍ତି। କିନ୍ତୁ ଧର୍ମେନ୍ଦ୍ର ତାଙ୍କୁ ବହୁତ ଭଲ ପାଆନ୍ତି। ଅବଶ୍ୟ ସେ ଏବେ ଆଉ ଏହି ଦୁନିଆରେ ନାହାନ୍ତି। ଏହି ମହିଳାଜଣକ ହେଉଛନ୍ତି ତାଙ୍କର ସେହି ସଂଘର୍ଷ ଦିନର ଭଉଣୀ।

photo–news track

ଧର୍ମେନ୍ଦ୍ର ନିଜର ଟୁଇଟରରେ ଲେଖିଛନ୍ତି, ‘ ମୋ ଗାଁର ଏହି ଦେବୀ ମୋତେ ତାଙ୍କ ମାତୁଙ୍ଗ ରୋଡ୍ ସ୍ଥିତ ରେଳବାଇ କ୍ୱାର୍ଟର୍ସର ବାଲ୍କୋନିରେ ରହିବା ପାଇଁ ଜାଗା ଦେଇଥିଲେ। ପ୍ରତି ବର୍ଷ ସେ ମୋତେ ରାକ୍ଷୀ ବାନ୍ଧୁଥିଲେ। ସେ ଆଉ ନାହାନ୍ତି। ରାକ୍ଷୀ ଦିନ ତାଙ୍କ କଥା ବହୁତ ମନେ ପଡ଼େ।’

ସମ୍ବନ୍ଧିତ ଖବର