ଶ୍ରୀଦେବୀଙ୍କୁ ମନେ ପକାଇ ଭାବୁକ ହେଲେ ଧର୍ମେନ୍ଦ୍ର, କହିଲେ ବହୁତ କମ ବୟସରେ ଚାଲିଗଲେ

ମୁମ୍ବାଇ: ଆସନ୍ତାକାଲି (ସୋମବାର) ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ୫୫ତମ ଜନ୍ମଦିନ । ଆଜି ସେ ଦୁନିଆରେ ନଥିଲେ ମଧ୍ୟ ତାଙ୍କ ଜନ୍ମଦିନ ପାଇଁ ପୁଣି ଥରେ ତାଙ୍କୁ ପ୍ରଶଂସକମାନେ ମନେ ପକାଇଛନ୍ତି । ତାଙ୍କ ମୃତ୍ୟୁକୁ କିଛି ମାସ ବିତି ଯାଇଥିଲେ ମଧ୍ୟ ତାଙ୍କ ଜନ୍ମଦିନ ଥିବାରୁ ସମସ୍ତଙ୍କ ଦୁଃଖ ଏବେ ଦୁଇଗୁଣ ହୋଇ ଯାଇଛି । ଏ ମଧ୍ୟରେ ନିଜର ଆଗାମୀ ଫିଲ୍ମ ‘ୟମଲା ପଗ୍‌ଲା ଦିଓ୍ଵାନା : ଫିର୍‌ ସେ’ର ଟ୍ରେଲର ଲଞ୍ଚ କରିବା ସମୟରେ ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ର ଶ୍ରୀଦେବୀଙ୍କୁ ମନେ ପକାଇ ଭାବୁକ ହୋଇଥିବା ଦେଖିବାକୁ ମିଳିଥିଲା ।

The Week

ଶ୍ରୀଦେବୀଙ୍କ କଥା ଉଠିବା ପରେ ସେ ଭାବୁକ ହେବା ସହ ଖୁବ୍‌ କମ ବୟସରେ ସେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ ବୋଲି କହିଥିଲେ । ‘ମୁଁ ଶ୍ରୀଦେବୀଙ୍କ ସହ ଫିଲ୍ମ ନାକାବନ୍ଦିରେ କାମ କରିଥିଲି । ସୁଟିଂ ସମୟରେ ସେ ନିଜ ଘରୁ ଖାଇବା ରୋଷଇ କରି ଆଣୁଥିଲେ । ତାଙ୍କୁ ଏତେ ଶୀଘ୍ର ନ ଯାଇ ନିଜ ପିଲାମାନଙ୍କ ଦେଖାଶୁଣା କରିବା ପାଇଁ ଏଠି ରହିବାର ଥିଲା’ ବୋଲି ଧର୍ମେନ୍ଦ୍ର କହିଥିବା ଦେଖା ଯାଇଥିଲା ।

ସମ୍ବନ୍ଧିତ ଖବର