ସାକ୍ଷାତ୍କାରରେ ତାଙ୍କ ନାମ ନେଇଥିବାରୁ ହିମାଂସଙ୍କ ଉପରେ କମ୍ପିଲେ ନେହା
ମୁମ୍ବାଇ: ନେହା କକ୍କର ଓ ହିମାଂସ କୋହଲିଙ୍କ ପ୍ରେମ କାହାଣୀ ବିଷୟରେ କାହାକୁ ବା ଅଛପା। ଗୋଟାଏ ସମୟରେ ଦୁହେଁ ପତି-ପତ୍ନୀଙ୍କ ପରି ସବୁ ସ୍ଥାନରେ ଏକତ୍ର ନଜର ଆସୁଥିଲେ। କିନ୍ତୁ କିଛି ଦିନର ପ୍ରେମ କାହାଣୀ ପରେ ସେମାନଙ୍କ ସଂପର୍କରେ ପୂର୍ଣ୍ଣଛେଦ ପଡ଼ିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ଭିତରେ ନେତା ଅଦିତ୍ୟ ନାରାୟରଙ୍କ ସହ ସଂପର୍କରେ ବାନ୍ଧି ହୋଇ ସାରିଥିଲେ ବି ଏବେ ବି କେବେ ନା କେବେ ହିମାଂସଙ୍କ ନାମ ସହ ନେହାଙ୍କ ନାମ ଯୋଡ଼ା ଯାଇଥିବାର ଦେଖିବାକୁ ମିଳେ।
ନିକଟରେ ହିମାଂସ ଏକ ସାକ୍ଷାତ୍କାରରେ ନେହାଙ୍କ ନାମ ଉଠାଇବାରୁ ତାଙ୍କ ଉପରେ କମ୍ପିଛନ୍ତି ନେହା। ହିମାଂସ ସାକ୍ଷାତ୍କାରରେ କହିଥିଲେ କି, ‘ନେହା ଆଉ ମୋର ବିଚ୍ଛେଦ ପଛର ସତ କେହି ବି ଜାଣନ୍ତି ନାହିଁ। ସେ ରାତାରାତି ସୋସିଆଲ୍ ମିଡିଆରେ ମୋତେ ଖଳନାୟକ ସଜାଇ ଦେଲା ଓ ଦୁଃଖର କଥା ହେଉଛି ଲୋକ ତାହାକୁ ଗ୍ରହଣ କରିଗଲେ। ମାତ୍ର ଆମ କାହାଣୀର ଆର ପକ୍ଷଟାକୁ କେହି ଦେଖିନାହାନ୍ତି।’
ହିମାଂସଙ୍କ ଏପରି ବୟାନ ପରେ ନେହା କହିଛନ୍ତି, ‘ନିଜ କାମ ପାଇଁ ପ୍ରସିଦ୍ଧ ହୁଅ, ମୋ ପାଇଁ ନୁହଁ। ପ୍ରସିଦ୍ଧ ହେବା ପାଇଁ ଆଉ କେବେ ମୋ ନାଁ ବ୍ୟବହାର କରନାହିଁ। ଯଦି ମୁଁ ମୁହଁ ଖୋଲିବି ତେବେ ତୁମ ବାପା, ମାଆ ଓ ଭଉଣୀ ସମସ୍ତଙ୍କ କଥା ଉଠାଇବି। ସେମାନେ କ’ଣ ମୋତେ କହିଛନ୍ତି ଓ କ’ଣ ମୋ ସହ କରିଛନ୍ତି ସବୁ ଏଠାରେ କହିବି। ମୋତେ ଖଳନାୟିକା ସଜାଇ ଦୁନିଆ ସାମ୍ନାରେ ବିଚରା ହେବାର ଅଭିନୟ କରନାହିଁ।’