ପ୍ରିୟଙ୍କା ଚୋପ୍ରା କ’ଣ ଗୋପନରେ ବିବାହ କରିଛନ୍ତି?

ନୂଆଦିଲ୍ଲୀ : ନିଜର ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ ମିଡ଼ିଆ ସମ୍ମୁଖରେ କେବେ ବି ଖୋଲାଖୋଲି କିଛି କହି ନାହାନ୍ତି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଏବେ  ତାଙ୍କ ସଂପର୍କରେ ଏକ କଥା ପ୍ରଘଟ ହୋଇଛି , ଯେଉଁଥିରୁ ଅନୁମାନ କରାଯାଉଛି କି ସେ ହୁଏତ ଗୋପନରେ ବିବାହ କରିଛନ୍ତି । ପ୍ରିୟଙ୍କା ତାଙ୍କର ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯାହାକୁ ଦେଖିବା ପରେ ସେ ବିବାହ କରିଛନ୍ତି ବୋଲି  ଚର୍ଚ୍ଚା ହେଉଛି।

pragativadi

ପ୍ରକୃତରେ ଆସାମ ଯାଉଥିବା ଏକ ବିମାନରେ ବସିଥିବା ପ୍ରିୟଙ୍କା ଏହି ଫଟୋରେ ମଙ୍ଗଳସୂତ୍ର ଭଳି କିଛି ପିନ୍ଧିଥିବାର ଦେଖାଯାଉଛନ୍ତି । ତେବେ ମଙ୍ଗଳସୂତ୍ରଟି ତାଙ୍କ ବେକରେ ନୁହଁ ବରଂ ହାତରେ ଥିବାର ଦେଖିବାକୁ ମିଳିଛି । ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ  ଯେ ପ୍ରିୟଙ୍କା ଚୋପ୍ରା କେବଳ ଫ୍ୟାସନ ପାଇଁ ଏଭଳି ପିନ୍ଧିଛନ୍ତି ନା ପ୍ରକୃତରେ ଗୋପନରେ ବିବାହ କରିଛନ୍ତି । ନିକଟରେ ଏକ ଇଣ୍ଟରଭ୍ୟୁ ସମୟରେ ପ୍ରିୟଙ୍କା କହିଥିଲେ ଯେ ସେ ବର୍ତ୍ତମାନ ବିବାହ ପାଇଁ ଜଣେ ଉପଯୁକ୍ତ ବ୍ୟକ୍ତିଙ୍କ ସନ୍ଧାନରେ କରୁଛନ୍ତି । କିନ୍ତୁ ସେ ବିବାହ କରିବାର ଯୋଜନାରେ ବିଲକୁଲ ରହିନାହାନ୍ତି ।

 

 

ସମ୍ବନ୍ଧିତ ଖବର