ବ୍ରତ ରଖିଲେ ପ୍ରିୟଙ୍କା, ଅଭିନନ୍ଦନ ଜଣାଇଲେ ନିକ୍‌; ପ୍ରଥମ ଶ୍ରେଣୀ ପିଲାଙ୍କ ରଚନା ବୋଲି କହି ଥଟ୍ଟା କଲେ ଟ୍ଵିଟ୍‌ରିଆନ୍‌

ମୁମ୍ବାଇ: ଭାରତୀୟ ପତ୍ନୀଙ୍କ ପାଇଁ କରଓ୍ଵା ଚୌଥ୍‌ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବ୍ରତ। ବଲିଉଡ୍‌ର ଚର୍ଚ୍ଚିତ ପତ୍ନୀମାନେ ସେମାନଙ୍କ ସ୍ୱାମୀଙ୍କ ପାଇଁ ବ୍ରତ ରଖି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ସାରିଛନ୍ତି। ତେବେ ବଲିଉଡ୍‌ରୁ ହଲିଉଡ୍‌ ଅଭିନେତ୍ରୀ ପାଲଟିଥିବା ପ୍ରିୟଙ୍କା ମଧ୍ୟ ଏହି ବ୍ରତ ସ୍ୱାମୀ ନିକ୍‌ଙ୍କ ପାଇଁ ରଖିଥିଲେ।

ତେବେ ନିଆରା କଥାଟି ହେଉଛି ବ୍ରତ ପ୍ରିୟଙ୍କା ରଖିଥିଲେ ସତ ମାତ୍ର ଏହାକୁ ନେଇ ଟ୍ଵିଟ୍‌ରରେ ପୋଷ୍ଟ୍‍ କରିଛନ୍ତି ସ୍ୱାମୀ ନିକ୍‌। ସେ ଲେଖିଛନ୍ତି, ‘ମୋ ପତ୍ନୀ ଜଣେ ଭାରତୀୟ ହିନ୍ଦୁ ନାରୀ। ପ୍ରତ୍ୟେକ କ୍ଷେତ୍ରରେ ସେ ଅବିଶ୍ୱସନୀୟ। ସେ ତାଙ୍କ ଧର୍ମ ଓ ସଂସ୍କୃତି ବିଷୟରେ ମୋତେ ଅନେକ କଥା ଶିଖାଇଛନ୍ତି। ମୁଁ ତାଙ୍କୁ ଖୁବ୍‌ ଭଲପାଏ ଓ ବିଶ୍ୱାସ କରେ। ଯାହା ଆପଣମାନେ ଦେଖିପାରୁଥିବେ ଯେ ଆମେମାନେ ଏକାଠି ଥିଲେ ଖୁବ୍‌ ମଜ୍ଜା କରୁ। କରଓ୍ଵା ଚୌଥ୍‌ ଅଭିନନ୍ଦନ।’

ନିକ୍‌ଙ୍କର ଏହି ପୋଷ୍ଟ୍‍ଟି ସୋସିଆଲ୍‌ ମିଡିଆରେ ଚର୍ଚ୍ଚିତ ପାଲଟିଛି। ଏହାକୁ ଜଣେ ବ୍ୟବହାରକାରୀ ପ୍ରଥମ ଶ୍ରେଣୀ ପିଲାର ରଚନା ବୋଲି କହି ମଜାକ ଉଡ଼ାଇଥିବା ବେଳ ଆହୁରି ଅନେକ ଟ୍ଵିଟରିଆନ୍‌ ନିକଙ୍କ ଏହି ପୋଷ୍ଟ୍‍କୁ ନାପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର