ଏହି ଅଭିନେତ୍ରୀ ବିଗ୍‌ ବିଙ୍କ ନାୟିକା ଭୂମିକାରେ ନଜର ଆସିଥିଲେ ଆଉ ମାଆ ବି ସାଜିଥିଲେ

ମୁମ୍ବାଇ: ସତୁରୀ ଓ ଅଶୀ ଦଶକର ଏକମାତ୍ର ସୁପର୍‌ଷ୍ଟାର୍‌ ବୋଲାଉଥିବା ବିଗ୍‌ ବି ଅମିତାଭ ବଚ୍ଚନ ଏଯାଏ ବି ବଲିଉଡ୍‌ରୁ ବିଦାୟ ନେଇନାହାନ୍ତି। ଗତ କିଛି ବର୍ଷ ମଧ୍ୟରେ ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିସାରିଛି। ବଲିଉଡ୍‌ ସେହେନ୍ସା ବଚ୍ଚନ ସାହେବଙ୍କ ବିପକ୍ଷରେ ଅନେକ ଅଭିନେତ୍ରୀ ନାୟିକା ସାଜିଛନ୍ତି। ମାତ୍ର ଆପଣ ଜାଣନ୍ତି କି ଅଭିନେତ୍ରୀ ଓ୍ଵାହିଦା ରେହମାନ ବିଗ୍‌ ବିଙ୍କ ମାଆ ଭୂମିକାରେ ନଜର ଆସିବା ସହ ତାଙ୍କ ନାୟିକା ବି ସାଜିଛନ୍ତି?

https://www.timesnownews.com

‘ତ୍ରିଶୁଲ୍‌’ ଚଳଚ୍ଚିତ୍ରରେ ବିଗ୍‌ ବିଙ୍କ ମାଆ ହୋଇଛନ୍ତି ଓ୍ଵାହିଦା। ଚଳଚ୍ଚିତ୍ରଟି ୧୯୭୮ରେ ମୁକ୍ତିଲାଭ କରିଥିଲା। ସେହିପରି ୧୯୭୬ ମସିହାରେ ରିଲିଜ୍‌ ହୋଇଥିବା ‘ଅଦାଲତ୍‌’ ଚଳଚ୍ଚିତ୍ରରେ ଓ୍ଵାହିଦା ଅମିତାଭଙ୍କ ନାୟିକା ସାଜିଥିଲେ। ଜାଣିରଖନ୍ତୁ ଯେ ଓ୍ଵାହିଦା ହେଉଛନ୍ତି ବିଗ୍‌ ବିଙ୍କ ଠାରୁ ମାତ୍ର ୫ ବର୍ଷ ବଡ଼।

https://www.timesnownews.com

ଉଭୟ ‘ତ୍ରିଶୁଲ୍‌’ ଓ ‘ଅଦାଲତ’ ସେ ସମୟରେ ବେଶ୍‌ ହିଟ୍‌ ହୋଇଥିଲା। ଏହି ଦୁଇ ଚଳଚ୍ଚିତ୍ରକୁ ବହୁ ଲୋକପ୍ରିୟତା ମିଳିଥିଲା। ସଂପ୍ରତି ବଚ୍ଚନ ସାହେବ ରିୟଲିଟି ସୋ’ କୌନ ବନେଗା କରୋଡ଼ପତି’ର ହେଷ୍ଟିଂ ଦାୟିତ୍ୱ ତୁଲାଉଛନ୍ତି।

ସମ୍ବନ୍ଧିତ ଖବର