ଆତ୍ମହତ୍ୟା କଲେ ଆମୀର ଖାନଙ୍କ ସହ କାମ କରି ସାରିଥିବା ଏହି ନାୟିକା

ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଳାରେ ଥିବା ମୀରା ରୋଡ୍‌ସ୍ଥିତ ନିଜ ବାସଭବନରେ ଟେଲି ଅଭିନେତ୍ରୀ ସେଜଲ୍‌ ଶର୍ମା ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ବଡ଼ି ଭୋରୁ ସେଜଲ୍‌ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ତାଙ୍କର ଜଣେ ବନ୍ଧୁ ତାଙ୍କୁ ଏପରି ଅବସ୍ଥା‌ରେ ଦେଖିବା ପରେ ପୁଲିସ୍‌ରେ ଖବର ଦେଇଥିଲେ। ପୁଲିସ୍‌ ତାଙ୍କୁ ହସ୍ପିଟାଲ୍‌ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେ ଲେଖିଥିବା ଏକ ସୁଇସାଇଡ୍‌ ନୋଟ୍‌ ବି ପୁଲିସ୍‌ ଜବତ କରିଛି। ସେଥିରେ ଶର୍ମା ଲେଖିଛନ୍ତି କି ସେ ତାଙ୍କର ବ୍ୟକ୍ତିଗତ ସମସ୍ୟା ହେତୁ ଆତ୍ମହତ୍ୟା କରିଛନ୍ତି।

ରାଜସ୍ଥାନର ଉଦୟପୁରର ଝିଅ ସେଜଲ୍‌ ଅଭିନୟରେ ନିଜ କ୍ୟାରିୟର୍‌ ଗଢ଼ିବା ପାଇଁ କିଛି ବର୍ଷ ପୂର୍ବେ ମୁମ୍ବାଇ ଆସିଥିଲେ। ସେ ଟିଭି ଧାରାବାହିକ ‘ଦିଲ୍‌ ତୋ ହାପି ‌‌ହୈ ଜୀ’ରେ ନଜର ଆସିଥିଲେ।

News24

ସେଜଲ୍‌ଙ୍କ ଶରୀର ବ୍ୟବଚ୍ଛେଦ କରାଯିବା ପରେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ମୃତଦେହକୁ ‌ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଅଭିନେତ୍ରୀ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ସହ ପୂର୍ବରୁ ଆଡ୍‌ ଫିଲ୍ମରେ ନଜର ଆସି ସାରିଛନ୍ତ।

ସେଜଲ୍‌ଙ୍କ ମୃତ୍ୟୁ ପରେ ଅନେକ ସେଲିବ୍ରେଟି ସୋସିଆଲ୍‌ ମିଡିଆରେ ସେମାନଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଯଦିଓ ସେଜଲ୍‌ଙ୍କ ଆତ୍ମହତ୍ୟା ପଛର କାରଣ ଏଯାବତ୍‌ ଜଣାପଡ଼ି ନାହିଁ। ମାତ୍ର ସେ ତାଙ୍କ ବ୍ୟକ୍ତିଗତ ଜୀବନର ଚାପକୁ ନେଇ ଭାରାକ୍ରାନ୍ତ ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି ଅନୁମାନ କରାଯାଉଛି। ସେଜଲ୍‌ ନିଜ ବାପାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଖୁବ୍ ଚିନ୍ତାରେ ରହୁଥିଲେ।

ସମ୍ବନ୍ଧିତ ଖବର