ମୁମ୍ବାଇ: କରୋନାଭାଇରସ ଏବେ ବିଶ୍ୱର ୧୬୦ରୁ ଊର୍ଧ୍ୱ ଦେଶକୁ ବ୍ୟାପି ଯାଇଥିବା ବେଳେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହି ମାରାତ୍ମକ ଭାଇରସ୍ ସଂକ୍ରମଣରୁ ବର୍ତ୍ତିବା ପାଇଁ ବିଭିନ୍ନ ପ୍ରକାର ସଚେତନତାମୂଳକ ପଦକ୍ଷେପ ନିଆଯାଉଥିବା ବେଳେ ବଲିଉଡର ବର୍ଷିଆନ୍ ଅଭିନେତା ଦିଲ୍ଲୀପ କୁମାରଙ୍କୁ ବି ଆଇସୋଲେସନରେ ରହିବାକୁ ପଡ଼ିଛି।
/sambad/media/post_attachments/7c7d8ebf9d451192a742d4794c53a1fc60cb4afdb3e2a238eab634400b7f4936.jpeg) https://aajtak.intoday.in/
https://aajtak.intoday.in/ଅଭିନେତା ଦିଲ୍ଲୀପ କୁମାର ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। କରୋନା ଭାଇରସ କାରଣରୁ ତାଙ୍କୁ ଆଇସୋଲେସନ ଓ କ୍ୱାରାଣ୍ଟାଇନରେ ରଖାଯାଇଛି। ପତ୍ନୀ ସାଇରା ବାନୁ ତାଙ୍କର ପୂରା ଯତ୍ନ ନେଉଛନ୍ତି। ଯେମିତି ତାଙ୍କୁ କୌଣସି ସଂକ୍ରମଣ ନ ହେବ ସେଥିପ୍ରତି ସାଇରା ବିଶେଷ ଧ୍ୟାନ ଦେଉଥିବା ଦିଲ୍ଲୀପ କୁମାର କହିଛନ୍ତି।
ଗତକାଲି (ସୋମବାର) ସୁଦ୍ଧା ବିଶ୍ୱର ୧୫୭ଟି ରାଷ୍ଟ୍ରକୁ ଆକ୍ରାନ୍ତ କରିଥିବା ବେଳେ ଆଜି (ମଙ୍ଗଳବାର) ଏହି ସଂଖ୍ୟା ୧୬୨ରେ ପହଞ୍ଚିଛି। ସେହିପରି ଗତକାଲି ସୁଦ୍ଧା ସମଗ୍ର ବିଶ୍ୱରେ କରୋନା ପୀଡ଼ିତଙ୍କ ସଂଖ୍ୟା ୧,୭୦,୧୮୭ ରହିଥିବା ବେଳେ ଆଜି ଏହା ୧,୮୩,୧୧୬କୁ ବୃଦ୍ଧି ପାଇଛି। କରୋନା ଦ୍ୱାରା ବିଶ୍ୱର ସର୍ବାଧିକ ପ୍ରଭାବିତ ହୋଇଥିବା ରାଷ୍ଟ୍ରଗୁଡ଼ିକ ହେଲେ, ଚୀନ୍, ଇରାନ୍, ଇଟାଲୀ, ସ୍ପେନ୍ ଓ ଦକ୍ଷିଣ କୋରିଆ।
ବଲିଉଡ୍ ଉପରେ ବି ଏହି ଭାଇରସ୍ର ପ୍ରଭାବ ପଡ଼ିଥିବା କୁହାଯାଉଛି। ଅନେକ ସିନେମାର ରିଲିଜ ତାରିଖ ଘୁଞ୍ଚା ଯାଇଥିବା ବେଳେ ଟେଲିଭିଜନ୍ ଓ ସିନେମାର ସୁଟିଂକୁ ବି ବନ୍ଦ କରି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/dilip-jpg_710x400xt.jpg)
