ଡ଼ିଂପଲ୍‌ କାପାଡ଼ିଆଙ୍କର ଦୁଇ ଝିଅ ସନ୍ନି ଦେଓଲଙ୍କୁ ଡାକୁଥିଲେ ‘ଛୋଟେ ପାପା’ , ଜାଣନ୍ତୁ କାହିଁକି

ଆଜି ହେଉଛି ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ଡ଼ିଂପଲ୍‌ କାପାଡ଼ିଆଙ୍କର ଜନ୍ମ ଦିନ। । ସେ ୧୯୫୭ ମସିହା ଜୁନ୍‌ ୮ ତାରିଖରେ ମୁମ୍ବାଇରେ ଜନ୍ମ ହୋଇଥିଲେ । ମାତ୍ର ୧୫ ବର୍ଷ ବୟସରେ ନାୟିକା ବନିଥିଲେ ଡ଼ିଂପଲ୍‌।
ସୋ’ ମ୍ୟାନ୍‌ ରାଜ୍‌ କପୁରଙ୍କ ବ୍ଲକବଷ୍ଟର ଫିଲ୍ମ ‘ବବି’ରେ ଅଭିନୟ କରି ଯାତ୍ରା ଆରମ୍ଭ କରିଥିଲେ ଡ଼ିଂପଲ୍‌। ଏଥିରେ ସେ ଋଷି କପୁରଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଥିଲେ । କିନ୍ତୁ ଏହି ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ସେ ତାଙ୍କଠାରୁ ୧୫ ବର୍ଷ ବଡ଼ ସୁପରଷ୍ଟାର୍‌ ରାଜେଶ ଖାନ୍ନାଙ୍କୁ ବିବାହ କରିଥିଲେ।
ତେବେ ରାଜେଶ ଖାନ୍ନାଙ୍କ ସହିତ ଅଲଗା ହେବାର କିଛି ବର୍ଷ ପରେ ବଲିଉଡ଼୍‍କୁ ଫେରିଥିଲେ ଡ଼ିଂପଲ୍‌ କାପାଡ଼ିଆ।


ସେହି ସମୟରେ ଡ଼ିଂପଲ୍‌ କାପାଡ଼ିଆ ସନ୍ନି ଦେଓଲଙ୍କ ସହ କାମ କରିଥିଲେ। ଏଦୁଇ କଳାକାରଙ୍କ ପ୍ରଥମ ସିନେମା ହେଲା ମଂଜିଲ୍‌ ମଂଜିଲ୍‌ । ତାପରେ ଅର୍ଜୁନ୍‌ ସିନେମାରେ ବି କାମ କରିଥିଲେ ସନ୍ନି ଏବଂ ଡିଂପଲ । ସେହି ସମୟରେ ସନ୍ନି ଦେଓଲ ଓ ଡ଼ିଂପଲ କାପାଡ଼ିଆଙ୍କ ଆଫେଆର୍‌ର ଚର୍ଚ୍ଚା ହୋଇଥିଲା। ସେହି ସମୟରେ ଦୁହେଁ ଗୋପନରେ ବିବାହ କରିଥିଲେ ବୋଲି ମଧ୍ୟ କୁହାଯାଏ।

ଡ଼ିଂପଲ୍‌ କାପାଡ଼ିଆଙ୍କର ଦୁଇ ଝିଅ ଜନ୍ମ ହୋଇ ସାରିଥିଲେ। ବଡ଼ ଝିଅ ଟ୍ଵିଙ୍କିଲ ଏବଂ ସାନ ଝିଅ ରିଙ୍କି ସନ୍ନି ଦେଓଲଙ୍କୁ କ’ଣ ଡାକୁଥିଲେ ଜାଣନ୍ତି। ହଁ ସେଦୁହେଁ ସନ୍ନି ଦେଓଲଙ୍କୁ ‘ଛୋଟେ ପାପା’ବୋଲି ଡାକୁଥିଲେ ।

ସମ୍ବନ୍ଧିତ ଖବର