ଏହି ଅଭିନେତାଙ୍କ ଫଟା ଜିନ୍ସ ପିନ୍ଧା ଦେଖି ତାଙ୍କ ମାଆ ଦେଲେ ଏପରି ଗାଳି

ନୂଆଦିଲ୍ଲୀ: ଭୋଜପୁରୀ ଅଭିନେତା ଦିନେଶ ଲାଲ ଯାଦବ ଓରଫ ନିରହୁଆ ଏଇ କିଛିଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ ଅଛନ୍ତି। ଏବେ ସେ ତାଙ୍କ ସିନେମାର ପ୍ରମୋସନ୍‌ ସୋସିଆଲ ମିଡିଆରେ କରୁଥିବାର ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ସେ ନିଜର ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ ଫଟୋ ଓ ଭିଡିଓ ବି ସେୟାର କରୁଛନ୍ତି।

ଦିନେଶ ତାଙ୍କ ମାଆଙ୍କ ସହିତ ଖୁବ୍‌ ଅନ୍ତରଙ୍ଗ । ସେ  ମୁମ୍ବାଇ ଘରେ ତାଙ୍କ ସହିତ ଅନେକ ସମୟ ବିତାଇ ଥାଆନ୍ତି। କିଛିଦିନ ପୂର୍ବେ ତାଙ୍କ ମାଆଙ୍କ ସହିତ ଦିନେଶ ଏକ କଫି ସପ୍‌କୁ ଯାଇଥିଲେ। ସେହି ସମୟର ଏକ ଫଟୋକୁ ବି ସେ ସୋସିଆଲ ମିଡିଆରେ ସେୟାର କରିବା ସହିତ ମାଆଙ୍କ ସହିତ ଏକ ଭିଡିଓ ଭୋଜପୁରୀ ଭାଷାରେ ସେୟାର କରିଛନ୍ତି।

ଏହି ଭିଡିଓରେ ଦିନେଶଙ୍କୁ ତାଙ୍କ ମାଆ ଫଟା ଜିନ୍ସ ପିନ୍ଧିଥିବା ହେତୁ ଗାଳି ଦେଉଥିବା ଶୁଣିବାକୁ ମିଳୁଛି। ଦିନେଶ ଏହି ଭିଡିଓକୁ ନେଇ କହିଛନ୍ତି, ‘ମୁଁ ସୁଟିଂ ସେଟରୁ ଘରକୁ ଆସିଲା ପରେ ମୋ ମାଆ ମାତେ ପ୍ରଶ୍ନ କଲେ ପୁଅ ଏତେ ଟଙ୍କା ରୋଜଗାର କରୁଛୁ, ଫଟା ଜିନ୍ସ କାହିଁକି ପିନ୍ଧୁଛୁ। ଏହି ସମାନ କଥା ଗାଁକୁ ଯାଇଥିବା ସମୟରେ ବଡ଼ ବାପା ବି ଥରେ ମୋତେ ପଚାରିଥିଲେ।  ସେତେବେଳେ ମୁଁ ଏହାର ଉତ୍ତରରେ କହିଥିଲି ବାପା ଏହା ଫଟା ନୁହେଁ ଏହା ତ ଆଜିକାଲିର ଫ୍ୟାସନ୍‌ । ମୋ’ଠାରୁ ଏହି କଥା ଶୁଣିବା ପରେ ବଡ଼ ବାପା କହିଥିଲେ ତୁମେ ମୋତେ ଶିଖାଇବ।’

 

A post shared by Nirahua (@dineshlalyadav) on

ସମ୍ବନ୍ଧିତ ଖବର