ଭୁବନେଶ୍ୱର: ରାଜ୍ୟର ଏକ ନମ୍ବର ଏଫ୍ଏମ୍ ଚାନେଲ ରେଡିଓ ଚକ୍ଲେଟ ପକ୍ଷରୁ ଗତ ୧୨ ତାରିଖରେ ରିଲିଜ ହୋଇଛି ଏକ ଧମାକାଦାର୍ ମନମତାଣିଆ ଗୀତ। ‘ଡିଙ୍କି ଡିଙ୍କି ଗାର୍ଲ…’ ଶୀର୍ଷକ ଏହି ଗୀତ ରେଡିଓ ଚକ୍ଲେଟରେ ପ୍ରସାରିତ ହେଉହେଉ ଶ୍ରୋତାଙ୍କ ମନ ଜିଣିିଛି। ଓଲିଉଡର ଦୁଇ ଜଣାଶୁଣା ଗାୟକ-ଗାୟିକା ସଂଗ୍ରାମ ଓ ଅସୀମାଙ୍କ କଣ୍ଠରେ ଥିବା ଏହି ଗୀତକୁ ୟୁଟ୍ୟୁବ୍ରେ ମାତ୍ର ଦୁଇଦିନ ଭିତରେ ଅସଂଖ୍ୟ ସଂଗୀତପ୍ରେମୀ ଶୁଣି ସାରିଲେଣି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ରେଡିଓ ଚକ୍ଲେଟର ଅଫିସିଆଲ ଫେସ୍ବୁକ୍ ପେଜ୍ରେ ଲକ୍ଷାଧକ ଭିଉ ସାଉଁଟି ସାରିଲାଣି ‘ଡିଙ୍କି ଡିଙ୍କି ଗାର୍ଲ…।’ ବର୍ତ୍ତମାନ ବିବାହ ଋତୁ ଚାଲିଛି ଏବଂ ଯୁବପିଢ଼ି ସାଙ୍ଗସାଥୀଙ୍କ ବିବାହ ଉତ୍ସବରେ ଯୋଗ ଦେଇ ମତୁଆଲା ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ରେଡିଓ ଚକଲେଟ ପ୍ରସ୍ତୁତ କରିଛି ଏହି ନିଆରା ଗୀତ। ଏଥିରେ ଅସୀମାଙ୍କ ଗୀତାଭିନୟ ଦର୍ଶକ/ଶ୍ରୋତାଙ୍କ ମନ କିଣିବାରେ ସମର୍ଥ ହୋଇଛି। ସଂଗ୍ରାମ ବି ଏ କ୍ଷେତ୍ରରେ କମ୍ ନାହାନ୍ତି। ଗୀତଟିକୁ ଯତୀନ୍ଦ୍ର ପ୍ରଧାନ ରଚନା କରିଥିବା ବେଳେ ସ୍ୱର କରିଛନ୍ତି ବିଶ୍ୱସ୍ୱରୂପ ମହାପାତ୍ର। ‘ଡିଙ୍କି ଡିଙ୍କି ଗାର୍ଲ…’ର କ୍ରିଏଟିଭ୍ ସୁପରଭିଜନ୍ ସଂଗ୍ରାମ ମିଶ୍ର କରିଥିବା ବେଳେ ସମ୍ପାଦନା କରିଛନ୍ତି ରାଜେନ୍ଦ୍ର ମହାନ୍ତ। ଏସ୍ଏସ୍ଏସ୍ ପୋଷ୍ଟ ପ୍ରଡକସନ୍ ଏହାର ପୋଷ୍ଟ ପ୍ରଡକସନ୍ କାମ କରିଛନ୍ତି।