୩ବର୍ଷ ଏୟାରହୋଷ୍ଟେସ ରହିବା ପରେ ଏହି କାରଣରୁ ଚାକିରି ଛାଡ଼ି ଅଭିନୟରେ ଯୋଗ ଦେଇଥିଲେ ଦୀପିକା କକର

ମୁମ୍ବାଇ : ଧାରାବାହିକ ଶଶୁରାଲ ସିମର କାରୁ ଛୋଟ ପରଦାରେ ପାଦ ଦେଇଥିଲେ ଅଭିନେତ୍ରୀ ଦୀପିକା କକର । ଏହା ପରେ ପରେ ସେ ବିଗ୍‌ ବସ୍‌-୧୨ରେ ପ୍ରତିଯୋଗୀ ହେବା ସହ ବିଜେତା ମଧ୍ୟ ହୋଇଥିଲେ । ବିଗ୍‌ ବସ୍‌ ପରେ ପରେ ଏବେ ସେ କାହାଁ ହମ୍‌ କାହାଁ ତୁମ୍‌ ଧାରାବାହିକ ଜରିଆରେ ପୁଣି ଥରେ ଛୋଟ ପରଦାକୁ ଫେରିଛନ୍ତି ।

Hindi Rush

ଏକ ସାକ୍ଷାତକାରରେ ଦୀପିକା କହିଛନ୍ତି କି, ସେ ୩ବର୍ଷ ପର୍ଯ୍ୟନ୍ତ ଏୟାରହୋଷ୍ଟେସ ଭାବେ କାମ କରିଥିଲେ । କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ତାଙ୍କୁ ଚାକିରି ଛାଡ଼ି ଘରେ ବସିବାକୁ ପଡ଼ିଥିଲା । ନୂଆ ଚାକିରି ନ ମିଳିବାରୁ ସେ ଚିନ୍ତାରେ ରହିଥିଲେ । ଏହି ସମୟରେ ତାଙ୍କ ସ୍କୁଲ ସମୟର ସାଙ୍ଗ ତଥା ଅଭିନେତ୍ରୀ ସୋନାଲୀ କୁଲକର୍ଣ୍ଣୀ ତାଙ୍କୁ ଅଭିନୟ କରିବାକୁ ପରାମର୍ଶ ଦେଇଥିଲେ । ଏହା ସହ ଦୀପିକାଙ୍କ ଫଟୋ ବିଭିନ୍ନ ନିର୍ଦ୍ଦେଶକଙ୍କୁ ଦେଖାଇବା ସହ ଅଡିସନ ନେବା ପାଇଁ ମଧ୍ୟ କହିଥିଲେ । ଯାହା ପରେ ପରେ ଅଡିସନ ପାଇଁ ଦୀପିକାଙ୍କୁ ଫୋନ କଲ ଆସିବା ସହ ଅଭିନୟ ପାଇଁ ଅଫର ଆସିବା ଆରମ୍ଭ ହୋଇଥିଲା ।

ସମ୍ବନ୍ଧିତ ଖବର