କାହିଁକି ଡେରାଡୁନରେ ଟାଇଗରଙ୍କ ଗର୍ଲଫ୍ରେଣ୍ଡ?

ମୁମ୍ବାଇ: ଅଭିନେତା ଟାଇଗର୍‌ ଶ୍ରଫ୍‌ ଏବଂ ଅଭିନେତ୍ରୀ ଦିଶା ପଟାନିଙ୍କ ଲଭ୍‌ଷ୍ଟୋରିକୁ ନେଇ ସବୁ ବେଳେ ଚର୍ଚ୍ଚା ହେଉଛି। ବୋଧହୁଏ ଦୁହେଁ କେହି କାହାଠୁ ଦୂରେଇ ରହି ପାରୁ ନାହାନ୍ତି। ସେଇଥିଲାଗି ଗତ ଶୁକ୍ରବାର ଦିନ ଦିଶା ଡେରାଡୁନରେ ପହଞ୍ଚିଥିଲେ। ଶନିବାର ଦିନ ଏହି ପ୍ରେମୀଯୁଗଳ ମସୌରିକୁ ବୁଲିବାକୁ ଯାଇଥିଲେ। ଏହାପରେ ଦିଶା ଫେର ଯାଇଥିଲେ ମୁମ୍ବାଇକୁ। ହେଲେ କରଣ ଜୋହରଙ୍କ ଫିଲ୍ମ ‘ଦି ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର୍‌-୨’ର ସୁଟିଂ କରୁଛନ୍ତି।

ଏହି ଲଭ୍‌ ବାର୍ଡ଼ସ ସେମାନଙ୍କ ସଂପର୍କକୁ ନେଇ କେବେବି ମୁହଁ ଖୋଲି କହିନାହାନ୍ତି। ତେବେ ଏହି ନିକଟରେ ଏମିତି ଏକ କଥା ସାମ୍ନାକୁ ଆସିଥିଲା ,ଯାହାକୁ ଜାଣିଲାପରେ ଆପଣ ବି ଜାଣିପାରିବେ ଯେ ଦିଶା ଟାଇଗର୍‌ଙ୍କର କିଭଳି ଗର୍ଲଫ୍ରେଣ୍ଡ୍‌ ଅଟନ୍ତି?ଆଉ ସେହି କଥାଟି ହେଉଛି ଏଇଆ ଯେ, ଅଭିନେତ୍ରୀ ଦିଶା ପଟ୍ଟାନି ସର୍ବଦା ପ୍ରେମିକ ଟାଇଗର୍‌ ଶ୍ରଫ୍‌ଙ୍କ ମୋବାଇଲ୍‌ ଫୋନ୍‌ କୁ ଚେକ୍‌ କରିବା ସହିତ ତାଙ୍କ ଉପରେ ନିଜର ତୀକ୍ଷ୍‌ଣ ନଜରକୁ ମଧ୍ୟ ରଖୁଛନ୍ତି। ଏଥିସହିତ ସେ ପ୍ରେମିକ ଟାଇଗର୍‌ଙ୍କୁ ତାଙ୍କର କୌଣସି କୋ-ଆର୍ଟିଷ୍ଟ୍‍ ସହିତ କାମକୁ ଛାଡ଼ିଦେଲେ ଅଯଥାରେ କଥାବାର୍ତ୍ତା ହେବା ଓ ତାଙ୍କ ଫଟୋକୁ ଲାଇକ୍‌ ଦେବା ଉପରେ ମଧ୍ୟ କଟକଣା ଲଗାଇଥିଲେ।

photo-india-forum.com

ସୂତ୍ର ଅନୁସାରେ ଏହି ଖବରକୁ ଅଭିନେତା ଟାଇଗର୍‌ ଶ୍ରଫ୍‌ଙ୍କର ବ୍ୟକ୍ତିଗତ ସଂପର୍କୀୟ ତାଙ୍କର ନିଜ ନାମକୁ ଗୋପନ ରଖି ଜଣାଇଛନ୍ତି ଯେ ,ଅଭିନେତା ଟାଇଗର୍‌ଙ୍କର ଦିଶା ହେଉଛନ୍ତି ପ୍ରଥମ ପ୍ରେମ। ଏହି କାରଣକୁ ନେଇ ସେ ତାଙ୍କୁ ଅନ୍ଧ ଭଳି ଭଲପାଆନ୍ତି ।

ସମ୍ବନ୍ଧିତ ଖବର