ଜାଣନ୍ତୁ , କେଉଁ କାରଣରୁ ଦୁଃଖୀ ଅଛନ୍ତି ଦିଶା?

ମୁମ୍ବାଇ: ନିକଟରେ ରିଲିଜ୍‌ ହୋଇଥିବା ସାଜିଦ୍‌ ନାଡିଆଡ଼ଓ୍ଵାଲାଙ୍କ ପ୍ରଯୋଜିତ ତଥା ଟାଇଗର୍‌ ଶ୍ରଫ୍‌ ଓ ଦିଶା ପଟ୍ଟାନି ଷ୍ଟାର୍‌ର ‘ବାଗୀ -୨’ ବକ୍ସ ଅଫିସେ ର ଧମାଲ୍‌ କରିଛି। ଏହାର ବଜେଟ ହେଉଛି ମାତ୍ର ୪୦ କୋଟି । କିନ୍ତୁ ଏହି ମୁଭି ମାତ୍ର ୯ ଦିନରେ ପ୍ରାୟ ୧୨୦ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାଯାଇଛି । ଅର୍ଥାତ୍‌ ଏହା ବି ବକ୍ସ ଅଫିସରେ ହଙ୍ଗାମା କରିଛି। ଏହି ସିନେମା କେତେକ ନୂଆ ରେକର୍ଡ ବି କରିଛି। ତେବେ ଟାଇଗରଙ୍କ ସଫଳତାକୁ ନେଇ ଆଦୌ ଖୁସି ନାହାନ୍ତି ଦିଶା। ଏହାର କାରଣ ହେଲା ଯେ ‘ବାଗୀ -୨’ ସୁପରହିଟ୍‌ ହେବାପରେ ଏହାର ସବୁ କ୍ରେଡିଟ୍‌ ମାରି ନେଇଛନ୍ତି ଟାଇଗର୍‌ ଶ୍ରଫ୍‌ । ଯୁଆଡେ ବି ସେ ଯାଉଛନ୍ତି ତାଙ୍କୁ ପ୍ରଶଂସା ମିଳୁଛି। କିନ୍ତ ୁଦିଶା ପଟ୍ଟାନିଙ୍କୁ କେହି ଗୁରୁତ୍ୱ ଦେଉ ନାହାନ୍ତି। ଏହି କାରଣରୁ ଦୁଃଖୀ ଅଛନ୍ତି ଦିଶା।

photo-indiatv

ବଲିଉଡର ଜଣାଶୁଣା ନାୟକ ଟାଇଗର୍‌ ଶ୍ରଫ୍‌ ହଟ୍‌ ହିରୋଇନ୍‌ ଦିଶା ପଟାନି ପ୍ରେମୀଯୁଗଳଭାବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଯଦିଓ ଏ ଦୁହେଁ ଏଯାବତ ଖୋଲାଖୋଲି ପ୍ରେମ କଥାକୁ ସ୍ୱୀକାର କରି ନାହାନ୍ତି,ତଥାପି ମନା କରି ନାହାନ୍ତି।ଏଠାରେ ସୂଚନାଯୋଗ୍ୟ ଯେ ପ୍ରଖ୍ୟାତ ଅଭିନେତା ଜ୍ୟାକି ଶ୍ରଫଙ୍କ ସୁପୁତ୍ର ଟାଇଗର୍‌ ଶ୍ରଫ୍‌‘ହିରୋପନ୍ତି’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ । ଅପରପକ୍ଷରେ ଦିଶା ‘ଏମ୍‌ ଏସ୍‌ ଧୋନି’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ସେ ନିଜର ହଟ୍‌ ଫଟୋ ସୋସିଆଲ ମିଡିଆରେ ସେଆର୍‌ କରି ଚର୍ଚ୍ଚିତା ହୋଇଛନ୍ତି।

ସମ୍ବନ୍ଧିତ ଖବର