ଟାଇଗରଙ୍କ ସହ ବ୍ରେକ୍‌ଅପ୍‌ର ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହି ଯୁବକଙ୍କ ସହ ନଜର ଆସିଲେ ଦିଶା, ଜାଣନ୍ତୁ କିଏ ସେ?

ମୁମ୍ବାଇ: ବଲିଉଡ୍‌ରେ ଥିବା ପ୍ରେମୀଯୁଗଳମାନଙ୍କ ମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ଯୋଡ଼ି ହୋଇ ରହି ଆସିଛନ୍ତି ଟାଇଗର-ଦିଶା । ଦୁହିଁଙ୍କୁ ଫିଲ୍ମ ‘ବାଗି-୨’ରେ ଏକା ସାଙ୍ଗରେ ଦର୍ଶକମାନେ ଦେଖିବାକୁ ପାଇଥିବା ବେଳେ ଦୁହିଁଙ୍କ ଯୋଡ଼ିକୁ ସମସ୍ତେ ପସନ୍ଦ ମଧ୍ୟ କରିଥିଲେ । କିନ୍ତୁ, କିଛି ଦିନ ହେବ ଦୁହିଁଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଟାଇଗର ଏବଂ ଦିଶା ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି ବୋଲି ଲୋକମାନେ ଚର୍ଚ୍ଚା କରିବାରେ ଲାଗିଛନ୍ତି । ଏ ସବୁ ଚର୍ଚ୍ଚା ମଧ୍ୟ ଦିଶାଙ୍କ କିଛି ଭାଇରାଲ ଫଟୋ ଲୋକଙ୍କୁ ଏହି ଖବର ଉପରେ ବିଶ୍ୱାସ କରିବା ପାଇଁ ବାଧ୍ୟ କରିଛି ।

aajtak.intoday.in

ସୂଚନା ମୁତାବକ, ଜଣେ ଯୁବକଙ୍କ ସହ ଦିଶାଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଦେଖା ଯାଉଥିବା ଯୁବକ ଜଣଙ୍କ ଦିଶାଙ୍କ ଜିମ୍‌ ପାର୍ଟନର ଏଲେକ୍ଜଣ୍ଡର ଏଲିସ ବୋଲି ଜଣା ପଡ଼ିଛି । ଦିଶା ସେଲୁନ ଯାଇଥିବା ବେଳେ ଏଲେକ୍ଜଣ୍ଡର ତାଙ୍କ ସହ ସେଠାକୁ ଯାଇଥିଲେ । କେବଳ ସେଲୁନ ନୁହେଁ, ଏଲେକ୍ଜଣ୍ଡର ଦିଶାଙ୍କ ସହ ଅନେକ ସ୍ଥାନରେ ଏକାଠି ନଜର ଆସୁଥିବା ନେଇ ଦେଖିବାକୁ ମିଳିଛି । ଏ ସବୁ ମଧ୍ୟରେ ଦିଶା ଏବେ କାହାକୁ ଡ଼େଟ୍‌ କରୁଛନ୍ତି,ତାହା ଭବିଷ୍ୟତରେ ଜଣା ପଡ଼ିବ ।

ସମ୍ବନ୍ଧିତ ଖବର