ତାରକ ମେହେଟ୍ଟାକା ଉଲଟା ଚଷମା ଛାଡ଼ିପାରନ୍ତି ଦୟାବେନ୍‌

ନୂଆଦିଲ୍ଲୀ : ଭାରତୀୟ ଟେଲିଭିଜନର ବହୁଚର୍ଚ୍ଚିତ ଧାରାବାହିକ ‘ତାରକ ମେହେଟ୍ଟାକା ଉଲଟା ଚଷମା’ ପିଲାଠୁ ଆରମ୍ଭ କରି ବୁଢ଼ାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପସନ୍ଦ । ଭିନ୍ନ ଅଭିନୟ କରି ଖାସ ଦର୍ଶକଙ୍କ ମନରେ ଘର କରିଛନ୍ତି ଜେଠା ଲାଲ ଏବଂ ଦୟାବେନଙ୍କ ଯୋଡ଼ି । ବର୍ତ୍ତମାନ ଏପରି ଖବର ଶୁଣିବା ପାଇଁ ମିଳିଛି ଧାରାବାହିକର ମୁଖ୍ୟ ଅଭିନେତ୍ରୀ ଦୟା ବେନ (ଦିଶା ଓ୍ଵାକାନି) ଆଉ ସୋ’ରେ ନଜର ଆସିବେ ନାହିଁ । ତେବେ ଏ ନେଇ ଧାରାବାହିକର ପ୍ରଯୋଜକ ଅସିତ କୁମାର ଏବଂ ଦିଶା ଓ୍ଵାକାନି କିଛି ସୂଚନା ପ୍ରଦାନ କରିନାହାନ୍ତି ।

Firstpost Hindi

ମିଡିିଆ ସୂଚନା ଅନୁଯାୟୀ, ଦିଶା ୨୦୧୭ ନଭେମ୍ବର ୩୦ରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏଥିପାଇଁ ସେ ସେପ୍ଟେମ୍ବର ମାସରୁ ଧାରାବାହିକରୁ ବିରତି ନେଇଥିଲେ। କିନ୍ତୁ ବର୍ତ୍ତମାନ ଶୁଣିବା ପାଇଁ ମିଳିଛି କି ଦିଶା ଧାରାବାହିକରେ ଅଭିନୟ କରିବେ ନାହିଁ । ସେ ତାଙ୍କ ଝିଅର ଧ୍ୟାନ ରଖିବା ପାଇଁ ବୋଧ ହୁଏ କିଛି ଦିନ ପାଇଁ ଅଭିନୟ ଛାଡ଼ିପାରନ୍ତି । ତେବେ ଦିଶାଙ୍କ ଅନୁପସ୍ଥିତି ପରେ ପରେ ଧାରାବାହିକର ଟିଆର୍‌ପି ବହୁମାତ୍ରାରେ କମ ହୋଇଯାଇଥିଲା । କାରଣ ‘ତାରକ ମେହେଟ୍ଟାକା ଉଲଟା ଚଷମା’ ଧାରାବାହିକରେ ସମସ୍ତ କଳାକାରଙ୍କ ଭିନ୍ନ ମହତ୍ତ୍ୱ ରହଛି । ପାରିବାରିକ ଧାରାବାହିକରେ ଦୟା ଏବଂ ଜେଠାଙ୍କ ଭୂମିକା କିପରି ଗୋକୁଲ୍‌ଧାମ ସୋସାଇଟିକୁ ବାନ୍ଧି ରଖିଥାଏ ତାହା ସମସ୍ତଙ୍କୁ ଆକର୍ଷିତ କରାଇଥାଏ ।

Khabar NonStop

ଆମ ପାଇଁ ସୁଟିଂ କରିବା କଷ୍ଟକର ରହିଛି । ଦିଶାଙ୍କ ଝିଅ ବହୁତ ଛୋଟ ଏବଂ ତାଙ୍କୁ ମା’ର ଆବଶ୍ୟକତା ରହିଛି। ଆମେ ତାଙ୍କ ସହିତ ତାଙ୍କ ସୁଟିଂକୁ ଫେରିବା ବିଷୟରେ ଏଯାଏଁ କିଛି କଥା ହୋଇନାହୁଁ । ସେହିପରି ଦିଶା ତାରକ ମେହେଟ୍ଟାକା ଉଲଟା ଚଷମା ଛାଡ଼ୁଛନ୍ତି ନେଇ କିଛି ଖବର ଦେଇନାହାନ୍ତି ” ବୋଲି କହିଛନ୍ତି ଧାରାବାହିକର ପ୍ରଯୋଜକ ଅସିତ କୁମାର ।

ସମ୍ବନ୍ଧିତ ଖବର