କାଷ୍ଟିଙ୍ଗ୍‌ କାଉଚ୍‌ର ଶିକାର ହେଉ ହେଉ ବର୍ତ୍ତି ଯାଇଥିଲେ ଦିବ୍ୟାଙ୍କା

ମୁମ୍ବାଇ: ଟେଲିଭିଜନ୍‌ ଜଗତର କୁଇନ୍‌ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ପ୍ରତ୍ୟେକ କଥାକୁ ନେଇ ନିଜର ବ୍ୟକ୍ତିଗତ ମତ ରଖୁଥିବା ବେଳେ,ଏଥର ବି ସେ ବଲିଉଡ଼୍‍ ଏବଂ ଟେଲିଭିଜନ୍‌ ଇଣ୍ଡଷ୍ଟ୍ରିର ସବୁଠୁ ବଡ଼ ତଥା ହଟ୍‌ ଟପିକ୍‌ କାଷ୍ଟିଙ୍ଗ୍‌ କାଉଚ୍‌ ସଂପର୍କରେ ଖୋଲାଖୋଲି ଭାବରେ ନିଜର ମତ ରଖିଛନ୍ତି। ଏଥିସହିତ ଅତୀତରେ ସେ ବି ଏହାର ଶିକାର ହୋଇଥିଲେ ବୋଲି ଦର୍ଶକଙ୍କୁ ଜଣାଇଛନ୍ତି।
ସୂଚନାରୁ ପ୍ରକାଶ ଯେ,ଏହି ନିକଟରେ ଟେଲିଭିଜନ୍‌ ଜଗତର କୁଇନ୍‌ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ କାଷ୍ଟିଙ୍ଗ୍‌ କାଉଚ୍‌କୁ ନେଇ ଏକ ଖୁଲାସା କରିଛନ୍ତି। ଦିବ୍ୟାଙ୍କା କହିଛନ୍ତି ଯେ, ଏଠାରେ ଏମିତି କିଛି ଘଟଣା ଘଟେ,ଯେଉଁଥିରୁ ବଞ୍ଚବା ପାଇଁ ଝିଅମାନଙ୍କୁ ନିଜର ସିକ୍ସଥ୍‌ସେନ୍ସର ଉପଯୋଗ କରିବା ନିହାତି ଆବଶ୍ୟକ । ଏଥିସହିତ ଦିବ୍ୟାଙ୍କା ଝିଅମାନଙ୍କ ସୁରକ୍ଷାକୁ ଆଖିରେ ରଖି କେବଳ ସେମାନଙ୍କ ଉପରେ ବିଶ୍ୱାସ କରିବାକୁ କହିଛନ୍ତି, ଯେଉଁମାନଙ୍କୁ ବିଶ୍ୱାସ କରିବାକୁ ହୃଦୟ କହିଥାଏ। ଏଥିସହିତ ସେ ମଧ୍ୟ ଏକଦା କାଷ୍ଟିଂ କାଉଚର ଶିକାର ହୋଇଥିଲେ ଓ ସେହି ସମୟରେ କେବଳ ନିଜ ହୃଦୟର କଥାକୁ ଶୁଣି ସେପରି ଲୋକଙ୍କ ନିକଟରୁ ଦୂରେଇ ରହିଥିଲେ ବୋଲି କହିଛନ୍ତି ଦିବ୍ୟାଙ୍କା।
ଆପଣଙ୍କ ସୂଚନା ଲାଗି ଜଣାଉଛୁକି ଅଭିନେତ୍ରୀ ଦିବ୍ୟାଙ୍କା ଏବେ ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ହେଉଥିବା ସିରିଏଲ୍‌‘ୟେ ହେ ମୋହବତେଁ’ରେ ଇଶିତା ଭଲ୍ଲା ଚରିତ୍ର ନିଭାଉଥିଲାବେଳେ,ଏହାପୂର୍ବରୁ ଦିବ୍ୟାଙ୍କାଙ୍କୁ ଦର୍ଶକ ‘ ବନୁଙ୍ଗି ମେଁ ତେରି ଦୁହ୍ଲନ୍‌’ରେ ଦେଖିବାକୁ ପାଇଥିଲେ। ତେବେ ଦିବ୍ୟାଙ୍କା ହେଉଛନ୍ତି ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ, ଯିଏକି ଗୋଟିଏ ଏପିସୋଡ଼୍‍ ପାଇଁ ୮୦ ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ପାରିଶ୍ରମିକ ନେଇଥା’ନ୍ତି। ତେବେ ଅଭିନେତ୍ରୀ ଦିବ୍ୟାଙ୍କା ୨୦୧୬ରେ ଅଭିନେତା ବିବେକ୍‌ ଦାହିୟାଙ୍କୁ ପ୍ରେମବିବାହ କରିଥିବାବେଳେ ସର୍ବଦା ହିଁ ସେ ନିଜକୁ ସୋସିଆଲ୍‌ ମିଡ଼ିଆରେ ଆକ୍ଟିଭ୍‌ ରଖିଛନ୍ତି।

ସମ୍ବନ୍ଧିତ ଖବର