ଜାଣନ୍ତି କି ମାତ୍ର ଏକ ମିନିଟରେ ଆପଣଙ୍କ ପ୍ରିୟ ସେଲିବ୍ରିଟି କେତେ ରୋଜଗାର କରନ୍ତି ?

ନୂଆଦିଲ୍ଲୀ : ଭାରତର ଏହି ସେଲିବ୍ରିଟିମାନେ ମିନିଟ ହିସାବରେ ରୋଜଗାର କରିଥାନ୍ତ। ଆପଣ ହୁଏତ ଭାବି ନ ଥିବେ ସେମାନଙ୍କର କେତେ ରୋଜଗାର ହୋଇଥାଏ । ଆସନ୍ତୁ ଜାଣିବା ଏପରି କିଛି ସେଲିବ୍ରିଟିଙ୍କ ବିଷୟରେ, ଯେଉଁମାନେ ଦିନ କିମ୍ବା ମାସ ନୁହଁ ବରଂ ମିନିଟ ହିସାବରେ ଟଙ୍କା ରୋଜଗାର କରିଥାନ୍ତି ।
ମହେନ୍ଦ୍ର ସିଂ ଧୋନୀ :

The Financial Express

ଦେଶରେ ବର୍ତ୍ତମାନ ଆଇପିଏଲର କ୍ରେଜ୍‌ ଚାଲିଛି। କିଛି ବ୍ୟକ୍ତି ଚେନ୍ନାଇ ସୁପର କିଙ୍ଗସ୍‌ ଟିମ୍‌କୁ କେବଳ ଧୋନୀଙ୍କ ପାଇଁ ପସନ୍ଦ କରିଥାନ୍ତି । ଧୋନୀ ଖାଲି ଲୋକଙ୍କ ହୃଦୟ ଜିତିବାରେ ନୁହଁ ବରଂ ଟଙ୍କା ରୋଜଗାର କରିବାରେ ବହୁତ ଆଗରେ ରହିଛନ୍ତି । ଧୋନୀ ପ୍ରତି ମିନିଟକୁ ୧,୨୧୩ ଟଙ୍କା ରୋଜଗାର କରିଥାନ୍ତି।
ଅମିର ଖାନ :

India TV

ବଲିଉଡ଼ରେ ମିଷ୍ଟର ଫରଫେକ୍ଟସନିଷ୍ଟ ଭାବେ ପରିଚିତ ଅମିର ଖାନ ବର୍ଷକୁ ଗୋଟିଏ ଚଳଚ୍ଚିତ୍ର କରିଥିଲେ ମଧ୍ୟ ତାହା ଅନ୍ୟ କଳାକାରଙ୍କ ୧୦ ଟି ଚଳଚ୍ଚିତ୍ର ସହିତ ସମାନ । ଅମିର ଖାନ ମିନିଟକୁ ୧,୩୦୮ ଟଙ୍କା ରୋଜଗାର କରିଥାନ୍ତି ।
ସଲମାନ ଖାନ :

Bollywood Hungama

୨୦୧୭ ମସିହାର ଫୋବର୍ସ ମ୍ୟାଗାଜିନ୍‌ ଅନୁଯାୟୀ ସଲମାନ ସବୁଠାରୁ ଅଧିକ ରୋଜଗାର କରୁଥିବା କଳାକାରଙ୍କ ମଧ୍ୟରେ ସ୍ଥାନ ଲାଭ କରିଛନ୍ତି । ତେବେ ସବୁ ବର୍ଗର ମହିଳାଙ୍କ ମନରେ ରାଜ କରୁଥିବା ମୋଷ୍ଟ ଏଲିଜିବଲ ବ୍ୟାଚଲର ସଲମାନ ମିନିଟ ପିଛା ୪,୪୨୯ ଟଙ୍କା ରୋଜଗାର କରିଥାନ୍ତି।
ବିରାଟ କୋହଲି :

Exchange4media

ବିରାଟ କୋହଲିଙ୍କ ଜୀବନ ଦେଖି ଅନେକ ବ୍ୟକ୍ତି ଇର୍ଷା ଅନୁଭବ କରିଥାନ୍ତି । ଭାରତୀୟ କ୍ରିକେଟ ଦଳର ଜଣେ ଶ୍ରେଷ୍ଠ ଖେଳାଳୀ ବିରଟ କୋହଲି ପ୍ରତି ମିନିଟକୁ ୧,୯୧୬ ଟଙ୍କା ରୋଜଗାର କରିଥାନ୍ତି।
ଶାହରୁଖ ଖାନ :

bollywoodlife.com

ବଲିଉଡ଼ର ବାଦଶାହା ଭାବେ ଲୋକଙ୍କ ମନରେ ଘର କରିଥିବା ଶାହାରୁଖ ଖାନଙ୍କ ପ୍ରତ୍ୟେକଟି ଚଳଚ୍ଚିତ୍ର ୧୦୦ କୋଟି ଟଙ୍କା ରୋଜଗାର କରିଥାଏ । ୫୨ ବର୍ଷିୟ ଶାହାରୁଖଙ୍କୁ ଚଳଚ୍ଚିତ୍ର ,ଟେଲିଭିଜନ ଏବଂ ବିଜ୍ଞାପନ ଆଦି ସବୁଥିରେ ଦେଖିବାକୁ ମିଳିଥାଏ । ଶାହାରୁଖ ମିନିଟକୁ ପ୍ରାୟ ୩,୨୪୩ ଟଙ୍କା ରୋଜଗାର କରିଥାନ୍ତି ।

ସମ୍ବନ୍ଧିତ ଖବର