ସଫଳତା ପାଇଁ ନିଜ ନାଁ ବଦଳାଇଥିଲେ ଏହି ସବୁ ବଲିଉଡ୍‌ କଳାକାର, ଜାଣନ୍ତୁ ଫିଲ୍ମକୁ ଆସିବା ପୂର୍ବରୁ କ’ଣ ଥିଲା ଏହି କଳାକାରଙ୍କ ନାଁ…

ଏମିତି ଅନେକ ବଲିଉଡ୍‌ କଳାକାର ରହିଛନ୍ତି, ଯେଉଁମାନେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ନିଜର ପରିଚୟ ବଦଳାଇଥିଲେ । ବଲିଉଡ୍‌ର ଅଧାରୁ ଅଧିକ କଳାକାର ନିଜର ନାଁ ବଦଳାଇ ବଲିଉଡ୍‌କୁ ଆସିଥିଲେ । ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ସେମାନଙ୍କ ପରିଚୟ ଭିନ୍ନ ଥିଲା । ଆସନ୍ତୁ ଜାଣିବା ସେ ସବୁ କଳାକାରମାନଙ୍କ ବିଷୟରେ…

୧.ଫିଲ୍ମ ‘ହିରୋପନ୍ତି’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତା ଟାଇଗର ଶ୍ରଫ୍‌ । ତାଙ୍କର ପ୍ରଶଂସକ ତାଙ୍କୁ ଟାଇଗର ନାଁରେ ଜାଣିଥିବା ବେଳେ ତାଙ୍କର ପ୍ରକୃତ ନାଁ ଜୟ ହେମନ୍ତ ଶ୍ରଫ୍‌ ବୋଲି ଜଣା ପଡ଼ିଛି ।

Bollywood

୨. ଅଭିନେତା ଜନ୍ନି ଲିଭରଙ୍କ ନାଁ ଶୁଣିବା ମାତ୍ରେ ହିଁ ଲୋକମାନଙ୍କ ମୁହଁରେ ହସ ଆସି ଯାଇଥାଏ । ବଲିଉଡ୍‌କୁ ଆସିବା ପୂର୍ବରୁ ତାଙ୍କ ନାଁ ଜନ୍ନି ଲିଭର ନୁହେଁ ବରଂ ଜନ୍‌ ରାଓ ପ୍ରକାଶ ରାଓ ଜାନୁମଲା ଥିଲା ବୋଲି ଜଣା ପଡ଼ିଛି ।

Cinestaan

୩.ନିଜ ଶରୀରର ଆକାର ଏବଂ ଗାଲରେ ଡିମ୍ପଲ ପାଇଁ ସମସ୍ତଙ୍କର ପସନ୍ଦ ଅଭିନେତା ଜନ୍‌ ଆବ୍ରାହମ୍‌ । କିନ୍ତୁ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ଲୋକେ ତାଙ୍କୁ ଫର୍‌ହାନ୍‌ ଆବ୍ରାହମ୍‌ ନାମରେ ଜାଣୁଥିଲେ ବୋଲି ଜଣା ପଡ଼ିଛି ।

Deccan Chronicle

୪.ଡ୍ୟାନ୍‌ସିଙ୍ଗ ଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କୁ ଅବା କିଏ ନ ଜାଣେ । ତାଙ୍କ ଫିଲ୍ମର ଗୀତ ‘ଆଇ ଆମ୍‌ ଏ ଡିସ୍କୋ ଡ୍ୟାନ୍‌ସର’ ତାଙ୍କୁ ଏକ ନୂଆ ପରିଚୟ ଆଣି ଦେଇଥିଲା । କିନ୍ତୁ ଆପଣ ଜାଣିଛନ୍ତି କି, ମିଥୁନଙ୍କ ନାଁ ପୂର୍ବରୁ ଗୌରାଙ୍ଗ ଚକ୍ରବର୍ତ୍ତୀ ଥିଲା । ଇଣ୍ଡଷ୍ଟ୍ରିକୁ ଆସିବା ପରେ ସେ ତାଙ୍କ ନାଁ ବଦଳାଇଥିଲେ ।

IMDb
ସମ୍ବନ୍ଧିତ ଖବର